କଟକ: ସ୍ଥାନୀୟ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଛି ରଣଜୀ ଟ୍ରଫି କ୍ବାର୍ଟର ମୁକାବିଲା । 3ୟଦିନ ଖେଳ ଶେଷ ସୁଦ୍ଧା 161ରନ୍ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । 3ୟଦିନରେ ବେଙ୍ଗଲ ଦଳ ଦ୍ବିତୀୟ ଇନିଂସରେ 2ଟି ଓ୍ବିକେଟ ବିନିମୟରେ 79 ରନ ସଂଗ୍ରହ କରିଛି ।
କ୍ରିଜରେ ଅଭିଷେକ ରମଣ ଓ ମନୋଜ ତିଓ୍ବାରୀ ରହିଛନ୍ତି । 2ୟ ଇନିଂସରେ ଦଳ ପକ୍ଷରୁ କୌଶିକ ଘୋଷ 41ରନ୍ ଓ ଅଭିମନ୍ୟୁ 30ରନ୍ ସଂଗ୍ରହ କରିଛନ୍ତି । ଘରୋଇଟିମ୍ ପକ୍ଷରୁ ଗୋବିନ୍ଦ ଓ ଅନୁରାଗ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।
ସୂଚନାଥାଉକି, ପ୍ରଥମେ ବେଙ୍ଗଲ ବ୍ୟାଟିଂ କରି 332ରନ୍ ସଂଗ୍ରହ କରିଥିଲା । ସେହିପରି ଓଡିଶା ତା'ର ପ୍ରଥମ ଇଂନିସରେ 250ରେ ଅଲଆଉଟ୍ ହୋଇଯାଇଥିଲେ ।
ତେବେ ଘରୋଇ ଦଳ ପକ୍ଷରୁ ଶାନ୍ତୁନୁ ମିଶ୍ର (62), ଦେବାଶିଷ ସାମନ୍ତରାୟ 68ରନ୍ ହାସଲ କରିଥିଲେ । ସେହିପରି ଶୁଭ୍ରାଂଶୁ ସେନାପତି (46), ଦେବବ୍ରତ (15), ଗୋବିନ୍ଦ (11), ସୂର୍ଯ୍ୟକାନ୍ତ (13), ଅନୁରାଗ ଷଡଙ୍ଗୀ (5), ବିପ୍ଳବ ସାମନ୍ତରାୟ (3), ରାଜେଶ (10), ବସନ୍ତ ମହାନ୍ତି(5), କନଓ୍ବାର ସିଂ ଚୌହାନ 4ରନ୍ କରିଥିଲେ ।
କଟକରୁ ପ୍ରଭୁକଲ୍ଯାଣ ପାଲ, ଇଟିଭି ଭାରତ