ETV Bharat / sports

ସୌରାଷ୍ଟ୍ରକୁ ପ୍ରଥମ ରଣଜୀ ଟ୍ରଫି - ରାଜକୋଟ ରଣଜୀ ଟ୍ରଫି

ରଣଜୀ ଫାଇନାଲର 5ମ ଦିନରେ ପ୍ରଥମ ଇନିଂସରେ 44ରନ ଅଗ୍ରଣୀ ଆଧାରରେ ବିଜୟୀ ହୋଇଛି ଘରୋଇ ସୌରାଷ୍ଟ୍ର । ଶେଷ ଦିନରେ ବିପକ୍ଷ ବେଙ୍ଗଲ ଦଳ 381 ରନରେ ଅଲଆଉଟ ହେବା ପରେ ମ୍ୟାଚ ଡ୍ର ରହିଥିଲା । ଅଧିକ ପଢନ୍ତୁ...

ranji-trophy-2019-20-saurashtra-defet-bengal-to-lift-1st-ever-title
ରାଜକୋଟରେ ସୌରାଷ୍ଟ୍ରକୁ ପ୍ରଥମ ରଣଜୀ ଟ୍ରଫି
author img

By

Published : Mar 13, 2020, 7:13 PM IST

ରାଜକୋଟ: ଜୟଦେବ ଉନଦାକଟଙ୍କ ନେତୃତ୍ବାଧୀନ ସୌରାଷ୍ଟ୍ର ଶୁକ୍ରବାର ତାର ପ୍ରଥମ ରଣଜୀ ଟାଇଟଲ ଜିତିଛି । ରଣଜୀ ଫାଇନାଲର 5ମ ଦିନରେ ପ୍ରଥମ ଇନିଂସରେ 44ରନ ଅଗ୍ରଣୀ ଆଧାରରେ ବିଜୟୀ ହୋଇଛି ଘରୋଇ ସୌରାଷ୍ଟ୍ର । ଶେଷ ଦିନରେ ବିପକ୍ଷ ବେଙ୍ଗଲ ଦଳ ଅଲଆଉଟ ହେବା ପରେ ମ୍ୟାଚ ଡ୍ର ରହିଥିଲା । ମାତ୍ର ନିଜର ପ୍ରଥମ ଇଂନିସ ଅଗ୍ରଣୀ ଆଧାରରେ ସୌରାଷ୍ଟ୍ର ବିଜୟୀ ହୋଇଛି ।

ranji-trophy-2019-20-saurashtra-defet-bengal-to-lift-1st-ever-title
ରଣଜୀ ଫାଇନାଲ ସ୍କୋର

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ତାର ପ୍ରଥମ ଇଂନିସରେ 425ରନ କରିଥିଲା । ଯାହାର ଜବାବରେ ଭ୍ରମଣକାରୀ ବେଙ୍ଗଲ ଟିମ୍‌ 5ମ ଦିନରେ 381 ରନରେ ତାର ସମସ୍ତ ୱିକେଟ ହାରାଇଥିଲା । ବାକି ଦିନର ଖେଳରେ 105ରନ କରି 4 ୱିକେଟ ହରାଇଥିଲା ସୌରାଷ୍ଟ୍ର । ତେବେ ଶେଷ ଦିନରେ 70 ଓଭର ବାକି ଥିବା ବେଳେ ଉଭୟ ଦଳର ଅଧିନାୟକଙ୍କ ନିଷ୍ପତ୍ତି କ୍ରମେ ମ୍ୟାଚକୁ ଡ୍ର କରାଯାଇଥିଲା । ଫଳରେ ରଣଜୀ ଟ୍ରଫିର ନିୟମ ଅନୁସାରେ ପ୍ରଥମ ଇନିଂସ ଅଗ୍ରଣୀ ଆଧାରରେ ଘରୋଇ ସୌରାଷ୍ଟ୍ର ଦଳକୁ ବିଜେତା ଘୋଷଣା କରାଗଲା । ତେବେ ପ୍ରଥମ ପାଳିରେ ସୌରାଷ୍ଟ୍ର ପାଇଁ ଶତକ ଯୋଡିଥିବା ଅର୍ପିତ ଭାସଭଡାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି ।

2ୟ ଇନିଂସରେ ସୌରାଷ୍ଟ୍ର ପକ୍ଷରୁ ୱିକେଟକିପର ବ୍ୟାଟ୍ସମ୍ୟାନ ଅଭି ବାରୋତ୍ ସର୍ବାଧିକ 39ରନ କରିଥିବା ବେଳେ, ହାର୍ଭିକ ଦେଶାଇ(21), ବିଶ୍ୱରାଜ ଜାଡେଜା(17), ଅର୍ପିତ ଭାସବାଡା(3) ରନ୍ କରି ଆଉଟ୍ ହୋଇଥିବା ବେଳେ ଶେଲଡନ୍ ଜ୍ୟାକସନ୍(12) ରନ୍ କରି ଅପରାଜିତ ଥିଲେ ।

ସେପଟେ ପଞ୍ଚମ ଦିନର ଖେଳ ଆରମ୍ଭରୁ ବେଙ୍ଗଲ ତାର ପୂର୍ବ ଦିନର ସ୍କୋର 354/6ରୁ ଖେଳ ଆରମ୍ଭ କରିଥିଲା । ଗୁରୁବାର ଅପରାଜିତ ଥିବା ଅନୁସ୍ତୁପ ମଜୁମଦାର (63)ଙ୍କ ଉପରେ ଦଳ ଆଶା ବାନ୍ଧିଥିଲା । କିନ୍ତୁ ଶୁକ୍ରବାର ତଥା ଅନ୍ତିମ ଦିବସରେ ଘରୋଇ ଦଳର କ୍ୟାପଟେନ୍ ଜୟଦେବ ଉନାଦକଟ ତାଙ୍କୁ ପାଭେଲିନ ପଠାଇବାରୁ ବଙ୍ଗେଲର ପାଳି ଭୁଶୁଡି ପଡିଲା । ସେହିପରି ଆକାଶ ଦୀପ ଖାତା ଖୋଲିବା ପୂର୍ବରୁ ରନଆଉଟ୍ ହୋଇଥିଲେ । ଅର୍ଣ୍ଣବ ନନ୍ଦି ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିବା ବେଳେ ତାଙ୍କୁ ଅନ୍ୟପଟୁ ସେଭଳି ସହଯୋଗ ମିଳିନଥିଲା, ଫଳରେ ବେଙ୍ଗଲ ଟିମ୍ 381 ରନରେ ସୀମିତ ରହିଯାଇଥିଲା ।

ଶେଷକ୍ରମରେ ମୁକେଶ କୁମାର (5) ଓ ଇଶାନ୍ ପୋରେଲ୍ (1) ନିରାଶ କରିଥିବା ବେଳେ ଅର୍ଣ୍ଣବ ନନ୍ଦି 40 ରନ୍ କରି ଅପରାଜିତ ଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସୁଦୀପ ଚାଟାର୍ଜୀ 81, ଋଦ୍ଧିମାନ ଶାହା 63, ମନୋଜ ତିୱାରୀ 35 ଓ ସୁଦୀପ କୁମାର ଘରାମୀ 26 ରନ୍ କରି ଆଉଟ୍ ହୋଇଥିଲେ । ସୌରାଷ୍ଟ୍ର ପକ୍ଷରୁ ଧର୍ମେନ୍ଦ୍ର ସିଂ ଜାଡେଜା 3ଟି, ଉନାଦକଟ ଓ ପ୍ରେରକ୍ ମାଙ୍କଡ 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.