ETV Bharat / sports

ବାରଵାଟି ବ୍ୟାଟେଲ: ଓଡିଶା ପଲା ଭାରି

ପ୍ରଥମ ଦିନ ଶେଷ ସୁଦ୍ଧା ଓଡିଶା 4 ୱିକେଟ ହରାଇ ସଂଗ୍ରହ କରିଛି 205 ରନ । ଝାଡଖଣ୍ଡ ବିପକ୍ଷରେ ପଲା ଭାରି ରଖିବାରେ ସଫଳ ହୋଇଛି ଓଡ଼ିଶା । ପଢନ୍ତୁ ଅଧିକ ଖବର...

author img

By

Published : Feb 12, 2020, 5:51 PM IST

ranji-match-odisha-vs-jharkhanda
ranji-match-odisha-vs-jharkhanda

କଟକ: ବାରବାଟିରେ ରଣଜୀ ଲଢେଇ । ଝାଡଖଣ୍ଡ ବିପକ୍ଷରେ ଓଡିଶାର ପଲା ଭାରି । ପ୍ରଥମ ଦିନ ଶେଷ ସୁଦ୍ଧା ଓଡିଶା 4 ୱିକେଟ ହରାଇ ସଂଗ୍ରହ କରିଛି 205 ରନ । ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇ ଓଡିଶା ନିଜ ହୋମ ଗ୍ରାଉଣ୍ଡକୁ ବ୍ୟାଟିଂ ପାଇଁ ଓହ୍ଲାଇଥିଲା । ଦଳ ପକ୍ଷରୁ ଅନୁରାଗ ଷଡ଼ଙ୍ଗୀ ଓ ଶାନ୍ତନୁ ମିଶ୍ର ପ୍ରାରମ୍ଭିକ ଯୋଡି ଭାବେ ମୈଦାନରେ ନଜର ଆସିଥିଲେ । ହେଲେ ଶାନ୍ତନୁ ମାତ୍ର 4 ରନ କରି ପାଭିଲିୟନ ଫେରିଯାଇଥିଲେ ।

ଏହା ପରେ ଅନୁରାଗ ଓ ଦେବାଶିଷ ସାମନ୍ତରାୟ ମିଶି ଦଳକୁ ବିପଦରୁ ରକ୍ଷା କରିଥିଲେ । ହେଲେ ଏହା ପରେ ଅନୁରାଗ ବ୍ୟକ୍ତିଗତ ଭାବେ 65 ରନ କରି ଆଉଟ ହୋଇଥିଲେ । ଦେବାଶିଷ ଧୈର୍ଯ୍ୟର ସହ ଖେଳି ବ୍ୟକ୍ତିଗତ 67 ରନ କରି ପିଚରେ ଅପରାଜିତ ରହିଛନ୍ତି। ଏହାସହିତ ବିପ୍ଳବ ସାମନ୍ତରାୟ ମଧ୍ୟ 16 ରନ କରି ପିଚରେ ଅପରାଜିତ ରହିଛନ୍ତି ।

ଅଧିନାୟକ ଶୁଭ୍ରାଂଶୁ ସେନାପତି ପୁଣି ନିରାଶ କରିଛନ୍ତି ମାତ୍ର 19 ରନ କରି ଆଶିଷ କୁମାରଙ୍କ ଶିକାର ହୋଇଥିଲେ ସେ । ଗୋବିନ୍ଦ ପୋଦ୍ଦାର ମଧ୍ୟ 31 ରନ କରିଥିଲା ବେଳେ ଉତ୍କର୍ଷ ସିଂଙ୍କ ଦ୍ବାରା ଶିକାର ହୋଇ ପାଭିଲିୟନ ଫେରି ଯାଇଥିଲେ । ଓଡିଶା ବର୍ତ୍ତମାନ ଗ୍ରୁପ ଷ୍ଟେଜରେ ଦ୍ବିତୀୟ ସ୍ଥାନରେ ଅଛି । ଯଦି କ୍ବାର୍ଟରରେ ପହଁଚିବାକୁ ହେବ, ତାହେଲେ ଝାଡଖଣ୍ଡକୁ ପରାଜୟ କରିବା ନିତ୍ୟନ୍ତ ଆବଶ୍ୟକ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.