ନୂଆଦିଲ୍ଲୀ: ଆଇପିଏଲ ଆରମ୍ଭକୁ ନେଇ ପୂର୍ବତନ ଆଇପିଏଲ ଚେୟାରମ୍ୟାନ ରାଜୀବ ଶୁକ୍ଳାଙ୍କର ବଡ ବୟାନ । ଅପ୍ରେଲ 15 ପରେ ଆଇପିଏଲ ଖେଳାଯିବା ଅସମ୍ଭବ କହିଛନ୍ତି ରାଜୀବ ଶୁକ୍ଳା ।
ମାର୍ଚ୍ଚ 29ରୁ ଆରମ୍ଭ ହେବାକୁ ଥିବା ଆଇପିଏଲର 13 ତମ ସଂସ୍କରଣ ଅପ୍ରେଲ 14 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଦେଶରେ କୋରୋନା ସ୍ଥିତି ଦିନକୁଦିନ ଗମ୍ଭୀର ହେଉଛି । ପ୍ରଧାମନ୍ତ୍ରୀ ମୋଦି 21 ଦିନ ଲକଡାଉନ ଘୋଷଣା କରିଛନ୍ତି । ବିଦେଶରୁ ଅନ୍ତର୍ଜାତୀୟ ବିମାନ ଉଡାଣ ମଧ୍ୟ ବନ୍ଦ ରହିଛି । ଏପରି ସ୍ଥିତିରେ ଆଇପିଏଲ ଖେଳାଯିବା ଏକପ୍ରକାର ଅସମ୍ଭବ ବୋଲି ପୂର୍ବତନ ଆଇପିଏଲ ଚେୟାରମ୍ୟାନ ରାଜୀବ ଶୁକ୍ଳା ମତ ଦେଇଛନ୍ତି ।
ଭାରତରେ କୋରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା 5ହଜାର ଟପିଥିବା ବେଳେ, 169 ଜଣଙ୍କର ମୃତ୍ୟୁ ହୋଇସାରିଛି ।