ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ(DDCA) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ 20 ମାସ ଧରି ସଭାପତି ଦାୟିତ୍ବରେ ରହିଥିଲେ ରଜତ ଶର୍ମା । ତେବେ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ସେ ଇସ୍ତଫା ଦେଇଥିବା ଟ୍ବିଟରେ ଜଣାଇଛନ୍ତି । ଇସ୍ତଫାପତ୍ର ସେ ଡିଡିସିଏ ଓ ଆପେକ୍ସ କାଉନସିଲକୁ ପଠାଇଛନ୍ତି ।
ସେ ସର୍ବଦା କ୍ରିକେଟ ଓ କ୍ରିକେଟରଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଶତପ୍ରତିଶ୍ରତ ପ୍ରୟାସ କରିଛନ୍ତି । ତାଙ୍କ ସଭାପତିତ୍ବ ସମୟରେ ଡିଡିସିଏର ସମ୍ମାନ, ଗୁଣବତ୍ତା, ସାଧୁତା ଓ ପ୍ରଗତି ପାଇଁ ସେ ଯଥାସମ୍ଭବ ଚେଷ୍ଟା କରିଥିବା କହିଛନ୍ତି। ଏହାସହିତ ତାଙ୍କ କାର୍ଯ୍ୟକାଳ ସମୟରେ ସହଯୋଗ କରିଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।