ETV Bharat / sports

ମହଙ୍ଗା କଫି: ପାଣ୍ଡ୍ୟା-ରାହୁଲଙ୍କୁ ହାଜର ପାଇଁ ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ - CRICKETER KL RAHUL

ଥଣ୍ଡା ହୋଇନି ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଶୋ ରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ପିଇଥିବା ମହଙ୍ଗା କଫି । ଅଧିକ ପଢନ୍ତୁ...

RAJASTHAN HIGHCOURT INSTRUCTIONS TO CRICKETERS HARDIK PANDYA AND KL RAHUL TO APPEAR BEFORE RESEARCH OFFICER
ମହଙ୍ଗା କଫି: ପାଣ୍ଡ୍ୟା-ରାହୁଲଙ୍କୁ ହାଜର ପାଇଁ ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ
author img

By

Published : Dec 17, 2020, 9:29 PM IST

ଯୋଧପୁର: ଏବେବି ଥଣ୍ଡା ହୋଇନି ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଶୋ ରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ପିଇଥିବା ମହଙ୍ଗା କଫି । ବର୍ଷ 2019ରେ 'କଫି ୱିଥ କରନ' ଶୋରେ ମହିଳାଙ୍କ ପ୍ରତି ଅଶାଳୀନ ଟିପ୍ପଣୀ କରିଥିବା ଅଭିଯୋଗରେ ଦୁଇ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କ ନାମରେ ମାମଲା ଦାୟର ହୋଇଥିଲା ।

ଏନେଇ ରାଜସ୍ଥାନ ହାଇକୋର୍ଟର ବରିଷ୍ଠ ବିଚାରପତି ସନ୍ଦୀପ ମେହେଟ୍ଟା ଭାରତୀୟ କ୍ରିକେଟ ଟିମର ଦୁଇ ଖେଳାଳିଙ୍କୁ ଆଇନ ପରାମର୍ଶଦାତାଙ୍କ ଦ୍ବାରା ହାଜର ହେବାକୁ ନୋଟିସ କରିଛନ୍ତି ।

ରାହୁଲ ଓ ହାର୍ଦ୍ଦିକଙ୍କ ନାମରେ ଏକାଧିକ ଅଭିଯୋଗ ବିଭିନ୍ନ ଥାନାରେ ରୁଜୁ ହୋଇଥିଲା । ପରେ ଉଭୟ କ୍ରିକେଟରଙ୍କ ପକ୍ଷରୁ ଏଫଆଇଆର ରଦ୍ଦ ଓ ଗିରଫ ଉପରେ ରୋକ୍ ନେଇ ପିଟିସନ ଦାଖଲ ହୋଇଥିଲା ।

ପରେ ତଦନ୍ତ ବାସନ୍ଦ ହୋଇଥିଲା । ତେବେ ମାମଲାର ତଦନ୍ତ ପ୍ରାୟ ଦୁଇ ବର୍ଷ ଧରି ହୋଇନଥିବା କହିଛନ୍ତି ଆଇନଜୀବୀ ଅନିଲ ହଲ୍ଲୁ ଓ ମହୀପାଲ ସିଂ ଚରଣ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ 5ରେ ହେବ । ଏହା ପୂର୍ବରୁ ଆଇନ ପରାମର୍ଶଦାତାଙ୍କ ଦ୍ବାରା କୋର୍ଟରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.