ETV Bharat / sports

ଷ୍ଟିଭ ସ୍ମିଥଙ୍କୁ ମୁକ୍ତ କରିବ ରାଜସ୍ଥାନ ରୟାଲ୍ସ - ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ

2021 ଆଇପିଏଲ ପୂର୍ବରୁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କୁ ଲାଗିପାରେ ବଡ ଝଟକା । ଅଧିକ ପଢନ୍ତୁ...

Rajastan Royals likely to release steve Smith
ଷ୍ଟିଭ ସ୍ମିଥଙ୍କୁ ମୁକ୍ତ କରିବ ରାଜସ୍ଥାନ ରୟାଲ୍ସ
author img

By

Published : Jan 11, 2021, 11:02 PM IST

ହାଇଦ୍ରାବାଦ: 2021 ଆଇପିଏଲ ପୂର୍ବରୁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କୁ ଲାଗିପାରେ ବଡ ଝଡକା । 2021 ଆଇପିଏଲ ସଂସ୍କରଣର ନିଲାମ ପ୍ରକ୍ରିୟା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଜାଇଜ ଷ୍ଟିଭଙ୍କୁ ମୁକ୍ତ କରିପାରେ । ତେବେ ଏନେଇ ଔପଚାରିକ ଭାବେ ଚୂଡାନ୍ତ ଘୋଷଣା ଖୁବଶୀଘ୍ର ରୟାଲ୍ସ ଫ୍ରାଞ୍ଚାଇଜ ପକ୍ଷରୁ ହେବାର ସମ୍ଭାବନା ରହିଛି ।

କେଉଁ ଖେଳାଳିଙ୍କୁ ଅନୁବନ୍ଧିତ ରଖିବା ସେ ନେଇ ଚୂଡାନ୍ତ ତାଲିକା ପ୍ରଦାନ କରିବାକୁ ଆଇପିଏଲ ପରିଚାଳନା ବୋର୍ଡ ପକ୍ଷରୁ ଫ୍ରାଞ୍ଚାଇଜମାନଙ୍କୁ କୁହାଯାଇଛି । ଜାନୁଆରୀ 20 ଏଥିପାଇଁ ଶେଷତାରିଖ ରହିଛି ।

2020 ସଂସ୍କରଣର ଆଇପିଏଲରେ ରୟାଲ୍ସ 8ଟି ଟିମ ମଧ୍ୟରେ ଶେଷ ସ୍ଥାନରେ ରହିଥିଲା । ବ୍ୟାଟ୍ସମ୍ୟାନ ଓ କ୍ୟାପଟେନ ଭାବେ ସ୍ମିଥଙ୍କ ପ୍ରଭାବୀ ହୋଇପାରିନାହାନ୍ତି । ସ୍ମିଥଙ୍କୁ ମୁକ୍ତ କରିବାର ଏହା ପ୍ରମୁଖ କାରଣ ବୋଲି କୁହାଯାଉଛି । ସ୍ମିଥ ଆଇପିଏଲର ସମସ୍ତ 14ଟି ଲିଗ ମ୍ୟାଚ ଖେଳି 131 ଷ୍ଟ୍ରାଇକରେଟ ଓ 3ଟି ଅର୍ଦ୍ଧଶତକୀୟ ଇଂନିସ ସହ 311 ରନ ସଂଗ୍ରହ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.