ମୁମ୍ବାଇ: ବିସିସିଆଇର ମୁଖ୍ୟ କାର୍ଯ୍ୟନିବାହୀ ଅଫିସର(ସିଇଓ) ରାହୁଲ ଜୋରି ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ତେବେ ଏନେଇ ରାହୁଲ ଜୋରି କିମ୍ବା ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
2016ରେ ବିସିସିଆଇର ସିଇଓ ଭାବେ ନିଯୁକ୍ତ ହୋଇଥିଲେ ରାହୁଲ ଜୋରି । ବିସିସିଆଇ ସଫାପତି ଶଶାଙ୍କ ମନୋହରଙ୍କ ସମୟରେ ଜୋରି ବିସିସିଆଇର ଗୁରୁତ୍ବପୂର୍ଣ୍ଣ ପଦ ସମ୍ଭାଳିଥିଲେ। ତାଙ୍କ କାର୍ଯ୍ୟକାଳରେ ବିସିସିଆଇ ପକ୍ଷରୁ ପ୍ରସାରଣକୁ ନେଇ ବିଶେଷ ପଦକ୍ଷେପ ନିଆଯାଇଛି । ଭାରତୀୟ କ୍ରିକେଟ ଟିମର ବର୍ତ୍ତମାନର ସ୍ପୋନସରସିପ ଚୁକ୍ତି ମଧ୍ୟ ତାଙ୍କ ସମୟରେ ହୋଇଛି ।