ହାଇଦ୍ରାବାଦ: ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଟି-20 ମ୍ୟାଚ ଆସନ୍ତାକାଲି ଦିଲ୍ଲୀସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ବର୍ତ୍ତମାନ ଦିଲ୍ଲୀ ପ୍ରଦୂଷଣ ଭୟଙ୍କର ରୂପ ନେଇଛି । ତେବେ ଏହି ପ୍ରଦୂଷଣକୁ ନେଇ ଭାରତୀୟ ଟିମର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଚିନ୍ତା ପ୍ରକଟ କରିଛନ୍ତି ।
ଏନେଇ ସେ ଟ୍ବିଟ କରିଛନ୍ତି ଯେ, ଦିଲ୍ଲୀର ବାୟୁ ବାସ୍ତବରେ ଭୟଙ୍କର । ଏହି ଗ୍ରହରେ ଆମେ ଯେଉଁ ଅକ୍ସିଜେନ ନେଇ ନିଶ୍ବାସ ନେଉ ତାହା ମାନବଜାତି ପାଇଁ ମୂଳ ଆବଶ୍ୟକତା। ଏହା ବାସ୍ତବରେ ଜରୁରୀକାଳିନ ପରିସ୍ଥିତି ।