ETV Bharat / sports

ଆଇପିଏଲ 2021: ସାମସନଙ୍କ ଶତକ ସତ୍ତ୍ବେ ହାରିଲା ରାଜସ୍ଥାନ

author img

By

Published : Apr 13, 2021, 7:05 AM IST

Updated : Apr 13, 2021, 3:37 PM IST

ଆଇପିଏଲ୍-14ରେ ଚତୁର୍ଥ ମ୍ୟାଚରେ ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ । 4 ରନରେ ରାଜସ୍ଥାନକୁ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ । ଅଧିକ ପଢନ୍ତୁ...

punjab-kings-beat-rajasthan-royals-by-4-runs
ଆଇପିଏଲ 2021; ସାମସନଙ୍କ ଶତକ ସତ୍ତ୍ବେ ହାରିଲା ରାଜସ୍ଥାନ

ମୁମ୍ବାଇ: ୱାଙ୍ଖେଡରେ ରନ ବର୍ଷା । ଆଇପିଏଲ୍-14ରେ ଚତୁର୍ଥ ମ୍ୟାଚରେ ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ । ପଞ୍ଜାବ 20 ଓଭରରେ ରାଜସ୍ଥାନକୁ 221 ରନର ଟାର୍ଗେଟ ଦେଇଥିଲା । ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ସତ୍ତ୍ବେ 4 ରନରେ ପରାସ୍ତ ହୋଇଛି ରାଜସ୍ଥାନ ରୟାଲ୍ସ ।

ପ୍ରଥମେ ଟସ ଜିତି ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା । ଓପନର ମୟଙ୍କ ଅଗ୍ରୱାଲ ଫିଲ୍ଡକୁ ଓହ୍ଲାଇଥିଲେ । ମାତ୍ର 14 ରନ କରି ବିଦାୟ ନେଇଥିଲେ । ପରେ ରାହୁଲ ଓ କ୍ରିସ୍‌ ଗେଲ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଦୁହେଁ ସାତ ଓଭରରେ 67 ରନ କରିଥିଲେ । ବାମହାତୀ ଗେଲ୍ 28ଟି ବଲରେ 2ଟି ଛକା ଓ 4ଟି ଚୌକା ସହ 40 ରନ କରି ଆଉଟ ହୋଇଥିଲେ । ରାହୁଲ ଦୃଢ ବ୍ୟାଟିଂ ଜାରି ରଖି ଅର୍ଦ୍ଦଶତକ ହାସଲ କରିବା ପରେ ଆଉଟ ହୋଇଥିଲେ । ଅନ୍ତିମ ଓଭରରେ ଚେତନ ସକରିଆ 2ଟି ୱିକେଟ ନେବା ଫଳରେ ପଞ୍ଜାବର ସ୍କୋର 221ରେ ସୀମିତ ରହିଥିଲା ।

ଏହା ପରେ 22ରନର ପଛା କରି ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡିଆକୁ ଓହ୍ଲାଇଥିଲେ ରାଜସ୍ଥାନର ବେନ ଷ୍ଟୋକ୍ସ ଓ ମନନ ଭୋହରା । ମାତ୍ର ଖାତା ଖୋଲି ନ ପାରି ବେନ ଷ୍ଚୋକ୍ସ ଆଉଟ ହୋଇଥିଲେ । ପର ମନନ ଭୋରା 12ରନ ପାଭିଲିୟନ ଫେରିଥିଲେ । ପ୍ରଥମ ୱିକେଟ ପତନ ପରେ ପଡିଆକୁ ଆସିଥିଲେ ସଞ୍ଜୁ କ୍ୟାପଟେନ ସାମସନ । ତାଙ୍କ ସହ ଯୋଗ ଦେଇଥିଲେ ଜସ ବଟଲର । ଉଭୟ ଜୋସର ସହିତ ଖେଳି ଦଳୀୟ ସ୍କୋରକୁ 70 ରନରେ ପହଞ୍ଚାଇଥିଲେ । ସାମସନ ବିସ୍ଫୋରକ ବ୍ୟାଟିଂ ସହ 63 ବଲରୁ ଦମଦାର 119 ରନର ଇଂନିସ ଖେଳିଥିଲେ । ତେବେ ଶେଷ ବଲ୍‌ରେ ବିଜୟ ପାଇଁ 5 ରନ୍‌ ଆବଶ୍ୟକ ଥିବାବେଳେ ଆଉଟ୍‌ ହୋଇଯାଇଥିଲେ ସାମସନ । ଫଳରେ ବିଜୟ ଲକ୍ଷ୍ୟର ନିକଟତର ହୋଇଥିଲେ ମଧ୍ୟ ରାଜସ୍ଥାନ କେବଳ 217ରନ କରିବାରେ ସଫଳ ହୋଇଥିଲା । ପଞ୍ଜାବ ଯୁବ ବୋଲର ଅର୍ଶଦୀପଙ୍କ ଅବିଶ୍ବସନୀୟ ବୋଲିଂ ରୟାଲ୍ସର ବିଜୟ ଆଶାକୁ ଧୂଳିଶାତ୍‌ କରିଥିଲା । ଶେଷ ବଲ୍‌ ପର୍ଯ୍ୟନ୍ତ ସଂଘର୍ଷ ଓ ରୋମାଞ୍ଚ ଭରି ରହିଥିଲା । 20ତମ ଓଭରର ଶେଷ ବଲ୍‌ରେ ପଞ୍ଜାବ 4 ରନରେ ମ୍ୟାଚ ଜିତିନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 13, 2021, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.