ETV Bharat / sports

ପ୍ରଜ୍ଞାନ ଓଝା IPL ପରିଚାଳନା ପରିଷଦର ପ୍ରତିନିଧି ମନୋନୀତ - IPL Governing Council representative

ଆଇପିଏଲ ପରିଚାଳନା ପରିଷଦର ପ୍ରତିନିଧି ଭାବରେ ମନୋନିତ ହେଲେ ପୂର୍ବତନ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା । ବିସିସିଆଇର ବାର୍ଷିକ ସାଧାରଣ ସଭାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଭାରତୀୟ କ୍ରିକେଟର ଆସୋସିଏସନ ପକ୍ଷରୁ ଏହି ଦାୟିତ୍ବ ପାଇଁ ମନୋନୀତ କରାଯାଇଛି । ଅଧିକ ପଢ଼ନ୍ତୁ...

Pragyan Ojha has been elected as a representative of the IPL Governing Council
ପ୍ରଜ୍ଞାନ ଓଝା ଆଇପିଏଲ ପରିଚାଳନା ପରିଷଦର ପ୍ରତିନିଧି ମନୋନୀତ
author img

By

Published : Dec 23, 2020, 8:42 PM IST

ନୁଆଦିଲ୍ଲୀ: ଆଇପିଏଲ ପରିଚାଳନା ପରିଷଦର ପ୍ରତିନିଧି ଭାବରେ ମନୋନିତ ହେଲେ ପୂର୍ବତନ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା। ବିସିସିଆଇର ବାର୍ଷିକ ସାଧାରଣ ସଭାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଭାରତୀୟ କ୍ରିକେଟର ଆସୋସିଏସନ ପକ୍ଷରୁ ଏହି ଦାୟିତ୍ବ ପାଇଁ ମନୋନୀତ କରାଯାଇଛି। ଏହାପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ସୁରିନ୍ଦର ଖନ୍ନା ଏହି ଦାୟିତ୍ବରେ ରହିଥିଲେ।

ଆସନ୍ତାକାଲି(ଗୁରୁବାର) ବିସିସିଆଇର ସାଧାରଣ ବାର୍ଷିକ ସଭା ଅନୁଷ୍ଠିତ ହେବ। ବିସିସିଆଇର 89ତମ ସାଧାରଣ ସଭା ପୂର୍ବରୁ ପ୍ରଜ୍ଞାନ ଓଝାଙ୍କୁ ଆଇପିଏଲ ପରିଚାଳନା ପରିଷଦର ପ୍ରତିନିଧି ଦାୟିତ୍ବ ଦିଆଯାଇଛି। ବିସିସିଆଇର ନିୟମ ଅନୁଯାୟୀ ଭାରତୀୟ କ୍ରିକେଟର ଆସୋସିଏସନ ପକ୍ଷରୁ ଆଇପିଏଲ ପରିଚାଳନା ପରିଷଦକୁ ପ୍ରତିବର୍ଷ ଜଣେ ସଦସ୍ୟଙ୍କୁ ମନୋନୀତ କରାଯାଉଛି। ସୁରିନ୍ଦର ଖନ୍ନାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଆଜି(ବୁଧବାର) ପ୍ରଜ୍ଞାନ ଓଝାଙ୍କୁ ଏହି ଦାୟିତ୍ବ ଦେବାକୁ ନିଷ୍ପତ୍ତି ହୋଇଛି।

ଏହାକୁ ନେଇ ଭାରତୀୟ କ୍ରିକେଟ ଆସୋସିଏସନ ସଭାପତି ଅଶୋକ ମନହୋତ୍ରା କହିଛନ୍ତି ଯେ, "ଭାରତୀୟ କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରଜ୍ଞାନ ଓଝାଙ୍କୁ ଆଇପିଏଲ୍ ପରିଚାଳନା ପରିଷଦକୁ ମନୋନୀତ କରାଯାଇଛି। ପୂର୍ବରୁ ଏହି ଦାୟିତ୍ବରେ ସୁରିନ୍ଦର ଖନ୍ନା ରହିଥିଲେ। ସେ ବହୁତ ଭଲ କାର୍ଯ୍ୟ କରିଥିଲେ କିନ୍ତୁ ଆମେ ପ୍ରତ୍ୟେକଙ୍କୁ ସୁଯୋଗ ଦେବାକୁ ଚାହୁଁଛୁ।"

ଚଳିତ ବର୍ଷ ଫେବୃଆରୀ ମାସରେ ପ୍ରଜ୍ଞାନ ଓଝା ଅନ୍ତର୍ଜାତୀୟ କ୍ରକେଟରୁ ସନ୍ନ୍ୟାସ ନେଇଥିଲେ। ସେ ଭାରତ ପକ୍ଷରୁ 18ଟି ଦିନିକିଆ ମ୍ୟାଚ ଖେଳିଥିବା ବେଳେ 24 ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଦିନିକିଆ ମ୍ୟାଚରେ 21ଟି ୱିକେଟ ନେଇଥିବା ବେଳେ ଟେଷ୍ଟ ମ୍ୟାଚରେ 113ଟି ୱିକେଟ ନେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.