ନୂଆଦିଲ୍ଲୀ: କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ ଇଣ୍ଡିଆ(ବିସିସିଆଇ)କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା । କୋରୋନା ବିରୋଧି ଲଢେଇକୁ ଆହୁରି ଶକ୍ତ କରିବାକୁ ବିସିସିଆଇ ପକ୍ଷରୁ ନିଆରା ପ୍ରୟାସ ଆରମ୍ଭ ହୋଇଛି । 'ଟିମ ମାସ୍କ ଫୋର୍ସ' ନାମକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି ବିସିସିଆଇ । ଏଥିରେ ଭାରତର ଭେଟେରାନ ପୁରୁଷ ଓ ମହିଳା କ୍ରିକେଟର ଦେଶବାସୀଙ୍କୁ କୋରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବାକୁ ସଚେନତ କରୁଛନ୍ତି । ବିସିସିଆଇର ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଦେଶବାସୀଙ୍କୁ ଏଥିରେ ସାମିଲ ହେବାକୁ ଟ୍ବିଟ ଯୋଗେ ଅପିଲ କରିଛନ୍ତି ।
-
Among the most important tasks today- be a part of #TeamMaskForce.
— Narendra Modi (@narendramodi) April 18, 2020 " class="align-text-top noRightClick twitterSection" data="
Small but essential precautions can keep us all safe.
Important to spread awareness about it... https://t.co/50vY3lF20J
">Among the most important tasks today- be a part of #TeamMaskForce.
— Narendra Modi (@narendramodi) April 18, 2020
Small but essential precautions can keep us all safe.
Important to spread awareness about it... https://t.co/50vY3lF20JAmong the most important tasks today- be a part of #TeamMaskForce.
— Narendra Modi (@narendramodi) April 18, 2020
Small but essential precautions can keep us all safe.
Important to spread awareness about it... https://t.co/50vY3lF20J
କ୍ରିକେଟ ଭାରତରେ ଏକ ଧର୍ମ ଭଳି । ଦେଶରେ କୋଟିକୋଟି କ୍ରିକେଟପ୍ରେମୀ ରହିଛନ୍ତି । କୋରୋନା ମୁକାବିଲା ପାଇଁ 51 କୋଟିର ବଡ ଆର୍ଥିକ ସହାୟତା ପ୍ରଧାନମନ୍ତ୍ରୀ କେଆରର୍ସ ଫଣ୍ଡକୁ ଦେବା ପରେ, ସଚେତନତା ପାଇଁ ଆଗେଇ ଆସିଛି ବିସିସିଆଇ ।
ବିସିସିଆଇ ପକ୍ଷରୁ ଏକ ଭିଡିଓ ଜାରି ହୋଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର, ବିରାଟ କୋହଲି, ସ୍ମୃତି ମାନ୍ଧାନା, ରୋହିତ ଶର୍ମା, ହରଭଜନ ସିଂହ, ମହିଳା ଟିମ ଇଣ୍ଡିଆ କ୍ୟାପଟେନ ହରମନପ୍ରିତ କୌର, ପୂର୍ବତନ କ୍ୟାପଟେନ ମିତାଲି ରାଜ, ବିରେନ୍ଦ୍ର ସେହ୍ବାଗ, ରାହୁଲ ଦ୍ରାବିଡ ପ୍ରମୁଖ ଭିଡିଓ ବାର୍ତ୍ତାରେ ମାସ୍କ ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ