ETV Bharat / sports

ବିନା ଦର୍ଶକରେ ପ୍ରଭାବିତ ହେବନି ପାକିସ୍ତାନ ପ୍ରଦର୍ଶନ: ସାହୀନ ଆଫ୍ରିଦି

author img

By

Published : Jun 18, 2020, 12:41 PM IST

ଯୁବ ଫାଷ୍ଟବୋଲର ସାହୀନ ଆଫ୍ରିଦି ପାକିସ୍ତାନ ପକ୍ଷରୁ 8ଟି ଟେଷ୍ଟ, 19ଟି ଦିନିକିଆ ଓ 12ଟି ଟି-20 ମ୍ୟାଚ ଖେଳିଛନ୍ତି । ସମସ୍ତ ଫର୍ମାଟରୁ ମୋଟ 86 ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି ।

'playing behind closed doors won't affect Pakistan much'
ବିନା ଦର୍ଶକରେ ପ୍ରଭାବିତ ହେବନି ପାକିସ୍ତାନ ପ୍ରଦର୍ଶନ: ସାହୀନ ଆଫ୍ରିଦି

ଲାହୋର(ପାକିସ୍ତାନ): ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ସତ୍ତ୍ବେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ସିରିଜ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ । ତେବେ ବିନା ଦର୍ଶକରେ ପାକିସ୍ତାର ପ୍ରଦର୍ଶନ ଉପରେ ଅଧିକ ପ୍ରଭାବ ପଡିବନି ବୋଲି କହିଛନ୍ତି ଯୁବ ଫାଷ୍ଟବୋଲର ସାହୀନ ସାହ ଆଫ୍ରିଦି ।

ଆଫ୍ରିଦି ପାକିସ୍ତାନ ପକ୍ଷରୁ 8ଟି ଟେଷ୍ଟ, 19ଟି ଦିନିକିଆ ଓ 12ଟି ଟି-20 ମ୍ୟାଚ ଖେଳିଛନ୍ତି । ସମସ୍ତ ଫର୍ମାଟରୁ ମୋଟ 86 ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି ।

ଆଗାମୀ ଜୁଲାଇ ମାସରେ ପାକିସ୍ତାନ ଟିମ ଇଂଲଣ୍ଡ ଗସ୍ତ ସୂଚୀ ରହିଛି । ଏହି ଗସ୍ତରେ ପ୍ରଥମେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଓ ପରେ ସମାନ ସଂଖ୍ୟକ ଟି-20 ସିରିଜ ଖେଳାଯିବ । ତେବେ ପାକିସ୍ତାନ ପୂର୍ବରୁ ଇଂଲଣ୍ଡ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ । ଏହି ସିରିଜ ଉପରେ ସମସ୍ତ କ୍ରିକେଟ ବୋର୍ଡର ନଜର ରହିଛି । କାରଣ କୋରୋନା ଭାଇରସ ପରବର୍ତ୍ତୀ କ୍ରିକେଟ ଭାବେ ଏହା ପ୍ରଥମ ଅନ୍ତର୍ଜାତୀୟ ସିରିଜ ରହିଛି ।

ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଲର୍ଡସ ଗ୍ରାଉଣ୍ଡରେ ଜୁଲାଇ 30ରେ ଖେଳାଯିବ । ସେହିପରି 2ୟ ଟେଷ୍ଟ ମାଞ୍ଚେଷ୍ଟରରେ ଅଗଷ୍ଟ 7 ଓ 3ୟ ଟେଷ୍ଟ ଅଗଷ୍ଟ 20ରେ ଟ୍ରେଣ୍ଟ ବ୍ରିଜରେ ଖେଳାଯିବ । ଏହାପରେ ଟି-20 ସିରିଜର 3ଟି ମ୍ୟାଚ ଯଥାକ୍ରମେ ଅଗଷ୍ଟ 29, 31 ଓ ସେପ୍ଟେମ୍ବର 2ରେ ଖେଳାଯିବା ନେଇ ସୂଚୀ ରହିଛି ।

ଇଂଲଣ୍ଡ ଗସ୍ତ ପାଇଁ ପାକିସ୍ତାନ ଟିମ: ଆଝାର ଅଲ୍ଲୀ, ବାବାର ଆଜାମ, ଆବିଦ ଅଲ୍ଲୀ, ଫକର ଜମନ, ଇମାମ-ଉଲ-ହକ, ସାନ ମାସୁଦ, ଆଜାଦ ସଫିକ, ଫୱାଦ ଆଲାମ, ହାଇଦର ଅଲ୍ଲୀ, ଲଫତକର ଅହମ୍ମଦ, ଖୁସଦିଲ ସାହ, ମହମ୍ମଦ ହାଫିଜ, ସୋଏବ ମଲ୍ଲିକ, ମହମ୍ମଦ ରିଜୱାନ, ସର୍ଫରାଜ ଅହମ୍ମଦ, ଫାହୀତମ ଅସରଫ, ହାରିସ ରୌଫ, ଇମରାନ ଖାନ, ମହମ୍ମଦ ଆବାସ, ମହମ୍ମଦ ହସନେନ, ନସୀମ ସାହ, ସାହିନ ଆଫ୍ରିଦି, ସୋହେଲ ଖାନ, ଉସମାନ ସିନୱାରୀ, ୱାହାବ ରିୱାଜ, ଇମାଦ ୱାସିମ, କାସିଫ ଭାତୀ, ସଦାବ ଖାନ ଓ ୟାସିର ସାହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.