ETV Bharat / sports

ପାକିସ୍ତାନ କ୍ରିକେଟ ଟିମ ପାଇଁ ଏପର୍ଯ୍ୟନ୍ତ ମିଳୁନି ମୁଖ୍ୟ ପ୍ରାୟୋଜକ - ପାକିସ୍ତାନ କ୍ରିକେଟ ଦଳ ପାଇଁ ଏ ପର୍ଯ୍ୟନ୍ତ ମିଳୁ ନାହିଁ ମୁଖ୍ୟ ପ୍ରାୟୋଜକ

ଅଗଷ୍ଟ ଏବଂ ସେପ୍ଟେମ୍ବରରେ 3ଟି ଟେଷ୍ଟ ଏବଂ ଯେତେ ଟି -20 ଖେଳିବାକୁ ଇଂଲଣ୍ଡ ଗସ୍ତରେ ଅଛି ପାକିସ୍ତାନ । ଯେଉଁଠି ଦଳର କିଟ୍ ବ୍ୟାଗ ଉପରେ କେବଳ ଆଫ୍ରିଦି ଫାଉଣ୍ଡେସନର ଲୋଗୋ ରହିଛି ।

pcb-yet-to-zero-in-on-major-sponsorship-deal-for-cricket-team
ପାକିସ୍ତାନ କ୍ରିକେଟ ଦଳ ପାଇଁ ଏ ପର୍ଯ୍ୟନ୍ତ ମିଳୁ ନାହିଁ ମୁଖ୍ୟ ପ୍ରାୟୋଜକ
author img

By

Published : Jul 12, 2020, 10:11 PM IST

ଲାହୋର: ଆଉ କିଛି ଦିନ ପରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ ପାକିସ୍ତାନ । କୋରୋନା ମହାମାରୀ ପରେ ଏହା ପାକିସ୍ତାନ କ୍ରିକେଟ ଦଳର ପ୍ରଥମ ମ୍ୟାଚ ହେବ । ମାତ୍ର ଦଳକୁ ଏଯାଏ ମିଳୁ ନାହିଁ ମୁଖ୍ୟ ପ୍ରାୟୋଜକ । ନିକଟରେ ଏକ ମୃଦୁ ପାନୀୟ କମ୍ପାନୀ ସହିତ ପ୍ରାୟୋଜକ ଚୁକ୍ତି ଶେଷ ହେବା ପରେ ପିସିବି ପ୍ରାୟୋଜକ ଖୋଜିବା ପାଇଁ ସଂଘର୍ଷ କରୁଥିବା ଜଣାଯାଇଛି ।

ପାକିସ୍ତାନ କ୍ରିକେଟ ଦଳ ପାଇଁ ଏ ପର୍ଯ୍ୟନ୍ତ ମିଳୁ ନାହିଁ ମୁଖ୍ୟ ପ୍ରାୟୋଜକ
ପାକିସ୍ତାନ କ୍ରିକେଟ ଦଳ ପାଇଁ ଏ ପର୍ଯ୍ୟନ୍ତ ମିଳୁ ନାହିଁ ମୁଖ୍ୟ ପ୍ରାୟୋଜକ

ଉଲ୍ଲେଖଥାଉ କି, ପାକିସ୍ତାନ କ୍ରିକେଟ ଦଳର ଅଫିସିଆଲ୍ସ ସ୍ପନ୍ସର ଥିବା ମୃଦୁ ପାନୀୟ ପେପ୍‌ସିର ଚୁକ୍ତି ଗତ ମାସରେ ଶେଷ ହୋଇସାରିଛି । ତେଣୁ ବର୍ତ୍ତମାନ ଦଳ ଜର୍ସି ତଥା ଟ୍ରେନିଂ କିଟ୍‌ ଉପରେ ଲାଗିବା ପାଇଁ କୌଣସି ସ୍ପୋନ୍ସର ନାହିଁ । ଅନ୍ୟପଟେ ପେପସୀ ତାର ଚୁକ୍ତିକୁ ଚଳିତ କ୍ରିକେଟ ଋତୁ ପାଇଁ ପୁନର୍ବାର ରଖିବାକୁ ଚାହୁଁ ନାହିଁ । ଯାହା ଏବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପାଇଁ ମୁଣ୍ଡ ବିନ୍ଧା କାରଣ ପଲଟିଛି ।

ତେବେ କିଛି ଦିନ ତଳେ ହୋଇଥିବା ବିଡିଂ ପ୍ରକ୍ରିୟାରେ କେବଳ ଗୋଟିଏ କମ୍ପାନୀ ପ୍ରାୟୋଜକ ପାଇଁ ଆଗ୍ରହ ପ୍ରକାଶ କରିଥିଲା । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ, ବିଡିଂ ପ୍ରକ୍ରିୟାରେ ଉକ୍ତ କମ୍ପାନୀ ପୂର୍ବ ଚୁକ୍ତି ତୁଳନାରେ ମାତ୍ର 30 ପ୍ରତିଶତ ମୂଲ୍ୟ ଦେବାକୁ ରାଜି ହୋଇଥିଲା । ତେବେ ପ୍ରାୟୋଜକମାନଙ୍କ ଅଭାବକୁ ନେଇ ପିସିବି ଚିନ୍ତିତ ଥିବାବେଳେ ବୋର୍ଡର ମାର୍କେଟିଂ ବିଭାଗ ଏହି କୋରୋନା ମହାମାରୀକୁ ପ୍ରାଥମିକ କାରଣ ବୋଲି କହିଛି ।

pcb-yet-to-zero-in-on-major-sponsorship-deal-for-cricket-team
ପାକିସ୍ତାନ କ୍ରିକେଟ ଦଳ ପାଇଁ ଏ ପର୍ଯ୍ୟନ୍ତ ମିଳୁ ନାହିଁ ମୁଖ୍ୟ ପ୍ରାୟୋଜକ

ତେବେ ଅଗଷ୍ଟ ଏବଂ ସେପ୍ଟେମ୍ବରରେ 3ଟି ଟେଷ୍ଟ ଏବଂ ଯେତେ ଟି -20 ଖେଳିବାକୁ ଇଂଲଣ୍ଡ ଗସ୍ତରେ ଅଛି ପାକିସ୍ତାନ । ଯେଉଁଠି ଦଳର କିଟ୍ ବ୍ୟାଗ ଉପରେ କେବଳ ଆଫ୍ରିଦି ଫାଉଣ୍ଡେସନର ଲୋଗୋ ରହିଛି । କାରଣ କିଛି ଦିନ ତଳେ ଦଳର କିଟ ବ୍ୟାଗକୁ ଆଫ୍ରିଦିଙ୍କ ଫାଉଣ୍ଡେସନ ପ୍ରାୟୋଜିତ କରିବା ପାଇଁ ନିଷ୍ପତି ନେଇଛି ।

"ଆମେ ଆନନ୍ଦିତ ଯେ ଶାହିଦ୍‌ ଆଫ୍ରିଦି ଫାଉଣ୍ଡେସନ ଲୋଗୋ ପାକିସ୍ତାନ କ୍ରିକେଟ୍ ବୋର୍ଡର ଚାରିଟେବୁଲ ପାର୍ଟନର ହୋଇଥିବାରୁ । ପାକିସ୍ତାନରେ କ୍ରିକେଟ କିଟରେ ଶାହିଦ୍‌ ଆଫ୍ରିଦି ଫାଉଣ୍ଡେସନ ଲୋଗୋ ରହିବ’’ ବୋଲି ଦଳ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଥିଲା ।

ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଉଦ୍‌ଘାଟନୀ ଟେଷ୍ଟ ଅଗଷ୍ଟ 5-9 ରୁ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଅଗଷ୍ଟ 13-17 ରୁ 2ୟ ଟେଷ୍ଟ ଓ ଅଗଷ୍ଟ 21 ରୁ 25 ତାରିଖ ପର୍ଯ୍ୟନ୍ତ 3ୟ ଟେଷ୍ଟ ମ୍ୟାଚ ଖେଳାଯିବାର ଯୋଜନା ରହିଛି । ଏହା ପରେ ମଞ୍ଚେଷ୍ଟରରେ ତିନୋଟି ଟି -20 ପାଇଁ ଯୋଜନା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.