କରାଚୀ: ଅଭ୍ୟାସକୁ ଫେରିବ ପାକିସ୍ତାନ କ୍ରିକେଟ ଟିମ । ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଏକ ଟ୍ରେନିଂ କ୍ୟାମ୍ପର ଆୟୋଜନ ପାଇଁ ଯୋଜନା କରୁଛି ପାକିସ୍ତାନ କ୍ରିକେଟ ବୋର୍ଡ । ମାତ୍ର ଏନେଇ ପାକିସ୍ତାନ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛି ।
ପିସିବି ଅଧିକାରୀ ଟ୍ରେନିଂ କ୍ୟାମ୍ପ ଆୟୋଜନରେ ବ୍ୟସ୍ତ ରହିଛନ୍ତି । ଅନ୍ୟପଟେ ପାକିସ୍ତାନରେ ଗତ କିଛି ଦିନ ମଧ୍ୟରେ କୋଭିଡ-19 ମୃତ୍ୟୁ ହାରରେ ବୃଦ୍ଧି ଘଟିବାରେ ଲାଗିଛି ।
ମୁଖ୍ୟ କୋଚ ତଥା ଚୟନକର୍ତ୍ତା ମିଶବାହ ଉଲ-ହକ, ଅତି କମରେ 25 ଜଣ ଖେଳାଳିଙ୍କୁ ଟ୍ରେନିଂରେ ସାମିଲ ପାଇଁ ପ୍ରସ୍ତୁତି କରୁଛନ୍ତି । ତେବ ଜୈବ ସୁରକ୍ଷିତ ପରିବେଶରେ ସଂପୂର୍ଣ୍ଣ ନିରାପଦ ସ୍ଥାନରେ ଅଭ୍ୟାସ ଆରମ୍ଭ ପାଇଁ ଲକ୍ଷ୍ୟ ଥିବା ପିସିବି ଅଧିକାରୀ କହିଛନ୍ତି ।