ETV Bharat / sports

ଭାରତ-ପାକିସ୍ତାନ ଦ୍ବିପାକ୍ଷିକ କ୍ରିକେଟ ବନ୍ଦ, ପିସିବିର 90 ମିଲିଅନ କ୍ଷତି

author img

By

Published : Apr 17, 2020, 1:24 PM IST

ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏକ ବଡ ଧରଣର ଆର୍ଥିକ କ୍ଷତି ସହିବାକୁ ଯାଉଛି । ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳ ଦ୍ବିପାକ୍ଷିକ କ୍ରିକେଟ ସିରିଜ ସମ୍ଭବ ନହେବା ଯୋଗୁଁ ପିସିବିର ଏହି କ୍ଷତି ହୋଇଥିବା ଜଣାପଡିଛି ।

PCB lost USD 90 million due to scrapping of India series
ଭାରତ-ପାକିସ୍ତାନ ଦ୍ବିପାକ୍ଷିକ କ୍ରିକେଟ ବନ୍ଦ, ପିସିବିର 90 ମିଲିୟନ କ୍ଷତି

କରାଚୀ: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏକ ବଡ ଧରଣର ଆର୍ଥିକ କ୍ଷତି ସହିବାକୁ ଯାଉଛି । ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳ ଦ୍ବିପାକ୍ଷିକ କ୍ରିକେଟ ସିରିଜ ସମ୍ଭବ ନହେବା ଯୋଗୁଁ ପିସିବିର ଏହି କ୍ଷତି ହୋଇଥିବା ଜଣାପଡିଛି ।

2ଟି ପ୍ରସାରଣ ସଂସ୍ଥା ପାକିସ୍ତାନ ବୋର୍ଡ ସହ 5 ବର୍ଷ ପାଇଁ ପ୍ରସାରଣ ମାନ୍ୟତା ପାଇଁ 149 ମିଲିୟନ ଡଲାର ଅର୍ଥରାଶିରେ ଚୁକ୍ତି କରିଥିଲେ । ଟେନ ସ୍ପୋର୍ଟ୍ସ ଓ ପିଟିଭି ଏହି ଦୁଇ ପ୍ରସାରଣ ସଂସ୍ଥା ରହିଛନ୍ତି । ଚୁକ୍ତି ଅନୁଯାୟୀ ଭାରତ-ପାକିସ୍ତାନ ମଧ୍ୟରେ 2ଟି ଘରୋଇ ସିରିଜ ସହ ଅନ୍ୟ ମ୍ୟାଚ ଗୁଡିକ ମଧ୍ୟ ରହିଥିଲା । ଚଳିତ ମାସ ଏହି ଚୁକ୍ତିର 5 ବର୍ଷ ପୂରଣ ହେଉଛି । ମାତ୍ର ଭାରତ-ପାକିସ୍ତାନ ସିରିଜ 5ବର୍ଷ ମଧ୍ୟରେ ସମ୍ଭବ ହୋଇନାହିଁ । ଫଳରେ ଚୁକ୍ତି ଅନୁଯାୟୀ ଉଭୟ ପ୍ରସାରଣ ସଂସ୍ଥା ଅର୍ଥରାଶି 90 ମିଲିୟନ ଡଲାର କରିଛନ୍ତି ।

ଭାରତ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କରେ ତିକ୍ତତା ଯୋଗୁଁ କ୍ରିକେଟ ମ୍ୟାଚ ବନ୍ଦ ରହିଛି । ଶେଷଥର ପାଇଁ ବର୍ଷ 2008ରେ ଭାରତ-ପାକିସ୍ତାନ ଦ୍ବିପାକ୍ଷିକ କ୍ରିକେଟ ସିରିଜ ଖେଳାଯାଇଥିଲା । ଏହାପରେ କେବଳ ଆଇସିସି ଇଭେଣ୍ଟରେ 2ଦେଶ ମୁହାଁମୁହିଁ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.