ନୂଆଦିଲ୍ଲୀ: କୋରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି ସମସ୍ତ କ୍ରୀଡା କ୍ୟାଲେଣ୍ଡର । ମ୍ୟାଚ ସବୁ ସ୍ଥଗିତ ଥିବାରୁ କ୍ରୀ଼ଡା ପରିଚାଳନା ବୋର୍ଡ ଉପରେ ପରି ଆର୍ଥିବ ପ୍ରଭାବ ପଡିଛି । ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କୌଣସି କର୍ମଚାରୀ, ଖେଳାଳି ଓ ସଦସ୍ୟଙ୍କ ଦରମା କାଟ ହୋଇନାହିଁ ।
ତେବେ ଜଣେ ବରିଷ୍ଠ ବିସିସିଆଇ ଅଧିକାରୀଙ୍କ ଅନୁଯାୟୀ, ସମସ୍ତ ଖର୍ଚ୍ଚର ଦିଗ ନେଇ ବିଚାର ପରେ ଚୁଡାନ୍ତ ହେବ ।
ଦରମା କାଟ ନେଇ ଏଯାବତ ବିଚାର କରାଯାଇନାହିଁ । ତେବେ ଆଗାମୀ ଦିନରେ ବୈଠକ ପରେ ଏହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।
ପୂର୍ବରୁ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ, ଦରମାକାଟ ନିଷ୍ପତି ଆଇପିଏଲର 13ତମ ସଂସ୍କରଣ ଉପରେ ନିର୍ଭର କରେ ବୋଲି କହିଥିଲେ । ଆଇପିଏଲ ସମ୍ଭବ ନହେଲେ ବଡ ପରିମାଣର ଆର୍ଥିକ କ୍ଷତି ହୋଇପାରେ ବୋଲି ଧୁମଲ କହିଥିଲେ ।
ତେବେ ଆଇପିଏଲ 2020 ୟୁଏଇରେ ସେପ୍ଟେମ୍ବର 19ରୁ ଆରମ୍ଭ ହେବ । ମୁଖ୍ୟ ପ୍ରାୟୋଜକ ଭାବେ ଭିଭୋ ସହ ବର୍ଷକୁ 440 କୋଟିର ଚୁକ୍ତି ରହିଥିଲା । ମାତ୍ର ଭିଭୋ ପ୍ରାୟୋଜକରୁ ଓହରିବା ପରେ ବିସିସିଆଇକୁ ପ୍ରାୟୋଜକ ଅର୍ଥ ଭାବେ 222କୋଟି ମିଳିବ । ଫଳରେ ବୋର୍ଡ ସାମାନ୍ୟ କ୍ଷତି ସହିବାର ସମ୍ଭାବନା ରହିଛି ।
ପୂର୍ବରୁ କ୍ରିକେଟ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ, ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ, ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଖେଳାଳି ଓ କର୍ମଚାରୀଙ୍କ ଦରମା କାଟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ