ETV Bharat / sports

ପନ୍ତଙ୍କ ପ୍ରତିଆକ୍ରମଣ ଶତକୀୟ ଇଂନିସ 'ଶ୍ରେଷ୍ଠ': ରବି ଶାସ୍ତ୍ରୀ - ପନ୍ତଙ୍କୁ ଶାସ୍ତ୍ରୀଙ୍କ ପ୍ରଶଂସା

ପନ୍ତଙ୍କ ପ୍ରତିଆକ୍ରମଣ ଶତକୀୟ ଇଂନିସ, ଘରୋଇ ମାଟିରେ 6ନଂ ସ୍ଥାନରେ ସ୍ମରଣୀୟ ଇଂନିସ ଖେଳିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେଷ୍ଠ । ଅଧିକ ପଢନ୍ତୁ...

PANTS TON VS ENGLAND IN 4TH TEST BEST BY NO 6 BATSMAN RAVI SHASTRI
ପନ୍ତଙ୍କ ପ୍ରତିଆକ୍ରମଣ ଶତକୀୟ ଇଂନିସ 'ଶ୍ରେଷ୍ଠ': ରବି ଶାସ୍ତ୍ରୀ
author img

By

Published : Mar 6, 2021, 9:33 PM IST

ଅହମ୍ମଦାବାଦ: ଭାରତୀୟ କୋଚ ରବି ଶାସ୍ତ୍ରୀ ଶନିବାର ଋଷଭ ପନ୍ତଙ୍କ ଶତକୀୟ ଇଂନିସକୁ ପ୍ରଶଂସା କରିଛନ୍ତି । ଇଂଲଣ୍ଡ ବିପକ୍ଷ 4ର୍ଥ ଟେଷ୍ଟରେ ଭାରତ ଚାପରେ ଥିବାବେଳେ, ପନ୍ତ ପ୍ରତିଆକ୍ରଣ ରଣନୀତି ଆପଣାଇଥିଲେ । ଏହି ଶତକୀୟ ଇଂନିସ ଏଯାବତ ଘରୋଇ ମାଟିରେ 6ନଂ ସ୍ଥାନରେ ସ୍ମରଣୀୟ ଇଂନିସ ଖେଳିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେଷ୍ଠ ଇଂନିସ କହିଛନ୍ତି ଶାସ୍ତ୍ରୀ ।

118 ବଲରୁ ପନ୍ତ 101 ରନର ଧୁଆଁଧାର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ । ଏଥିସହ 4ର୍ଥ ଟେଷ୍ଟକୁ ଇଂନିସ ଓ 25 ରନରେ ଭାରତର ବିଜୟରେ ପ୍ରମୁଖ ଭୁମିକା ନିଭାଇଥିଲେ ।

ପ୍ରଥମେ ରୋହିତଙ୍କ ସହ ମିଶି ପାର୍ଟନରସିପ କରିଥିଲେ ଓ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ । ତେବେ ଅର୍ଦ୍ଧଶତକ ହାସଲ କରିବାପରେ ବଡ ସଟ୍‌ ଖେଳିବା ସହ ଭାରତକୁ ସୁବିଧା ସ୍ଥିତିକୁ ନେଇଯାଇଥିଲେ ।

ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କୋଚ୍ ଶାସ୍ତ୍ରୀ, ପନ୍ତଙ୍କୁ ପ୍ରଶଂସା କରିଥିଲେ ଓ ମ୍ୟାଚ ବିଜେତା ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.