ମୁମ୍ବାଇ: ଗତ ମଙ୍ଗଳବାର ଥିଲା ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନିଙ୍କ ଜନ୍ମଦିନ । ତେବେ ସୋସିଆଲ ମିଡିଆରେ ଧୋନିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟି ଥିବା ବେଳେ କିନ୍ତୁ ପାଣ୍ଡ୍ୟା ବ୍ରଦର୍ସ (ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଲ ପାଣ୍ଡ୍ୟା) ସିଧା ପହଞ୍ଚିଥିଲେ ରାଞ୍ଚିରେ ।
ଧୋନିଙ୍କୁ ଆଶ୍ଚର୍ଯ୍ୟ କରାଇବା ଭଳି ଜଣାଇଥିଲେ ଜନ୍ମଦିନର ଶୁଭେଚ୍ଛା । ତେବେ ଏହା ପରେ ସୋସିଆଲ ମଡିଆରେ ସୃଷ୍ଟି ହୋଇଥିଲା ଝଡ । ସାରା ଦେଶରେ କୋରୋନା କଟକଣା ଜାରି ରହିଥିବା ବେଳେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କେମିତି ଭ୍ରମଣ କରେ ପାଣ୍ଡ୍ୟା ବ୍ରଦର୍ସ ।
ତେବେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାଇ, ବରୋଦାର ରାଞ୍ଚି ଯିବା ପାଇଁ ଏକ ଚାର୍ଟର ପ୍ଲେନ (ଘରୋଇ ଉଡାଜାହାଜ) ଭଡା କରିଥିଲେ ଏହି ପାଣ୍ଡ୍ୟା ବ୍ରଦର୍ସ । ମିଳିଥିବା ସୂଚନା ଅନୁସାରେ ପାଣ୍ଡ୍ୟା ବ୍ରଦର୍ସଙ୍କ ସାଥିରେ ଥିଲେ କୃଣାଲଙ୍କ ପତ୍ନୀ ପଙ୍ଖୁରୀ । ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ଏହି ଯାତ୍ରାରେ ସାମିଲ ହୋଇ ନଥିବା ସୂଚନା ରହିଛି । କାରଣ ନତାଶା ମା ହେବା ପାଇଁ ଯାଉଥିବା ବେଳେ ହାର୍ଦ୍ଦିକ ତାଙ୍କୁ ଏହି ଯାତ୍ରାରେ ସାମିଲ କରିବାକୁ ଚାହିଁ ନିଥିଲେ ।
ତେବେ ମଙ୍ଗଳବାର ଅପରାହ୍ନ 5ଟାରେ ରାଞ୍ଚିରେ ପହଞ୍ଚିଥିଲା ପ୍ଲେନଟି । ଧୋନିଙ୍କ ଫାର୍ମ ହାଉସରୁ 10 କିମି ଦୂରରେ ଥିବା ଏୟାରପୋର୍ଟରେ ପ୍ଲେନଟି ଲ୍ୟାଣ୍ଡ କରିଥିଲା । ତେବେ ସାମାଜିକ ଦୂରତା ରକ୍ଷା କଥା କୋରୋନା ନିୟମ ମାନି ସେଠାରେ ପହଞ୍ଚିଥିଲେ ପାଣ୍ଡ୍ୟା ବ୍ରଦର୍ସ ।ମଙ୍ଗଳବାର ଧୋନିଙ୍କ ଜନ୍ମଦିନ ପାଳନ ସହ ତାଙ୍କ ଫାର୍ମ ହାଉସରେ ରାତ୍ରି ବିତାଇଥିଲେ ସେମାନେ ।