ଲର୍ଡ୍ସ: ଶୁକ୍ରବାର ନିଜର ଶେଷ ଲିଗ ମ୍ୟାଚରେ ବାଂଲାଦେଶକୁ ଭେଟୁଛି ପାକିସ୍ତାନ । ଟଜ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ଏବେ ବି ପାକିସ୍ତାନର ସେମି ଫାଇନାଲ ଆଶା ଉଜ୍ଜିବୀତ ହୋଇ ରହିଛି । ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଉଛି ଏହି ମ୍ୟାଚ ।
ପଏଣ୍ଟ ତାଲିକାରେ 9 ପଏଣ୍ଟ ସହ 5ମ ସ୍ଥାନରେ ରହିଛି ପାକିସ୍ତାନ । ତେବେ ପାକିସ୍ତାନ ପାଇଁ ସେମି ରାସ୍ତର ସର୍ତ୍ତ ଏମିତି କିଛି ରହିଛି । ଯଦି ଆଜି ପାକିସ୍ତାନ ପ୍ରଥମ ବ୍ୟାଟିଂ କରି ବାଂଲାଦେଶ ଆଗରେ 350ରନ ବିଜୟ ଲକ୍ଷ୍ୟ ରଖୁଛି ଓ ବାଂଲାଦେଶକୁ 39ରନ ପୂର୍ବରୁ ଅଲଆଉଟ କରୁଛି, ତେବେ ଯାଇ ପାକିସ୍ତାନକୁ ସେମିଫାଇନାଲ ଟିକେଟ ମିଳିପାରିବ । ଅନ୍ୟପଟେ ଟସ ହାରିଥିଲେ ମଧ୍ୟ ପାକିସ୍ତାନର ସେମିରାସ୍ତା ବନ୍ଦ ହୋଇଯାଇଥାନ୍ତା । ମାତ୍ର ଟସ୍ ଜିତିଯାଇଥିବାରୁ ପାକିସ୍ତାନ ପାଖରେ ଏବବି ସୁଯୋଗ ରହିଛି ।