ETV Bharat / sports

PAK VS SA T20: 2ୟ ମ୍ୟାଚରେ ଦ.ଆଫ୍ରିକା ବିଜୟୀ

author img

By

Published : Feb 14, 2021, 8:14 AM IST

ଘରୋଇ ପାକିସ୍ତାନ ଓ ଦ.ଆଫ୍ରିକା ମଧ୍ୟରେ ଶନିବାର ଦିନ 2ୟ ଟି-20 ମ୍ୟାଚ ଖେଳାଯାଇଥିଲା । ତେବେ ଏହି ଟି-20 ମ୍ୟାଚରେ ଦ.ଆଫ୍ରିକା ଟିମ୍ 6 ଓ୍ବିକେଟରେ ଘରୋଇ ପାକିସ୍ତାନକୁ ପରାସ୍ତ କରି 1-1ରେ ସିରିଜ୍‌ ବରାବର କରିଛି ।

PAK VS SA T20: 2ୟ ମ୍ୟାଚରେ ଦ.ଆଫ୍ରିକା ବିଜୟୀ
PAK VS SA T20: 2ୟ ମ୍ୟାଚରେ ଦ.ଆଫ୍ରିକା ବିଜୟୀ

ଲାହୋର: ଘରୋଇ ପାକିସ୍ତାନ ଓ ଦ.ଆଫ୍ରିକା ମଧ୍ୟରେ ଶନିବାର ଦିନ 2ୟ ଟି-20 ମ୍ୟାଚ ଖେଳାଯାଇଥିଲା । ତେବେ ଏହି ଟି-20 ମ୍ୟାଚରେ ଦ.ଆଫ୍ରିକା ଟିମ୍ 6 ଓ୍ବିକେଟରେ ଘରୋଇ ପାକିସ୍ତାନକୁ ପରାସ୍ତ କରିଛି । ଏହି ବିଜୟ ସହ ଦ.ଆଫ୍ରିକା ଦଳ 1-1ରେ ସିରିଜ୍‌ ବରାବର କରିଛି ।

ଭ୍ରମଣକାରୀ ଦଳ ପେସ୍‌ ବୋଲର ଡ୍ବେନ ପ୍ରିଟୋରିୟସ 17ରନ୍‌ ଦେଇ 5ଟି ଓ୍ବିକେଟ ହାତେଇ ପ୍ଲେୟାର ଅଫ୍‌ ଦି ମ୍ୟାଚ ହୋଇଛନ୍ତି ।

ଦ.ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା । ତେବେ ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ନିର୍ଦ୍ଧାରିତ ଓଭରରେ 7 ଓ୍ବିକେଟ ହରାଇ 144ରନ୍‌ କରିଥିଲା । ଦଳ ପକ୍ଷରୁ ରିଜଓ୍ବାନ ସର୍ବାଧିକ 51 ରନ୍‌ କରିଥିଲେ ।

ତେବେ 145 ଟାର୍ଗେଟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ଭ୍ରମଣକାରୀ ଦଳ । ଦଳ ପକ୍ଷରୁ ରୀଜା ହେଣ୍ଡ୍ରିକ୍ସ 42ରନ୍‌ ଓ ପିଟ ଭାନ୍‌ ବିଲଜନ 42ରନ୍‌ କରିଥିବାବେଳେ ଡେଭିଡ ମିଲର 25* ଓ ହେନରିଚ୍‌ କ୍ଲାସେନ 17* କରିଥିଲେ । ତେବେ ଦଳ16.2 ଓଭରରେ 4ଓ୍ବିକେଟ ହରାଇ 145ରନ୍‌ ସଂଗ୍ରହ କରି ସିରିଜର 2ୟ ମ୍ୟାଚ ନିଜ ନାଁରେ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.