ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି, ପାକିସ୍ତାନର 3 କ୍ରିକେଟର । ହାଇଦର ଅଲ୍ଲୀ, ସଦାବ ଖାନ ଓ ହାରିସ ରୌଫଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।
![Pakistan cricketers HAider Ali, Shadab Khan and Haris Rauf test positive for COVID-19](https://etvbharatimages.akamaized.net/etvbharat/prod-images/haider-ali_2206newsroom_1592845633_24.jpg)
ଇଂଲଣ୍ଡ ଗସ୍ତ ପୂର୍ବରୁ ଘୋଷିତ ପାକିସ୍ତାନ ଟିମର ସମସ୍ତ ସଦସ୍ୟଙ୍କର ଦୁଇଥର ଲେଖାଏଁ ଟେଷ୍ଟ କରାଯାଉଛି । ଏହି କ୍ରମରେ ରବିବାର ରାୱଲପିଣ୍ଡିରେ ଖେଳାଳିଙ୍କ ଟେଷ୍ଟ କରାଯାଇଥିଲା । ତେବେ ଇମାଦ ୱାସିମ, ଉସମାନ ସିନୱାରୀଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ରହିଛି ।
![Pakistan cricketers HAider Ali, Shadab Khan and Haris Rauf test positive for COVID-19](https://etvbharatimages.akamaized.net/etvbharat/prod-images/shadab-khan_2206newsroom_1592845633_26.jpg)
ରିପୋର୍ଟ ପଜିଟିଭ ଥିବା 3ଖେଳାଳିଙ୍କ ସହ ସଂପର୍କରେ ରହିଛନ୍ତି ପିସିବି ମେଡିକାଲ ଟିମ । ସମସ୍ତଙ୍କୁ ମେଡିକାଲ ଟିମ ପକ୍ଷରୁ ତୁରନ୍ତ ସେଲ୍ଫ-ଆଇସୋଲେସନରେ ରହିବାକୁ କୁହାଯାଇଛି । ତେବେ ପଜିଟିଭ ସମସ୍ତଙ୍କଠାରେ କୌଣସି କୋଭିଡ-19 ଲକ୍ଷଣ ନଥିବା ଜଣାପଡିଛି ।
![Pakistan cricketers HAider Ali, Shadab Khan and Haris Rauf test positive for COVID-19](https://etvbharatimages.akamaized.net/etvbharat/prod-images/haris-rauf_2206newsroom_1592845633_86.jpg)
ହାଇଦର ଅଲ୍ଲୀ 19ବର୍ଷରୁ କମ କ୍ରିକେଟ ବିଶ୍ବକପରେ ପାକିସ୍ତାନର ଷ୍ଟାର ପ୍ରଦର୍ଶନକାରୀ ଖେଳାଳି ଥିଲେ । ଜୁନିୟର ଟିମରେ ପ୍ରଭାବି ପ୍ରଦର୍ଶନ ଯୋଗୁଁ ପ୍ରଥମ ଥର ସିନିୟର ପାକିସ୍ତାନ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି ହାଇଦର । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇଥିବା 29 ଜଣିଆ ପାକିସ୍ତାନ ଟିମରେ ହାଇଦର ଅଲ୍ଲୀଙ୍କ ନାମ ରହିଛି । ଏଯାବତ 7ଟି ପ୍ରଥମ ଶ୍ରେଣୀ କ୍ରିକେଟରେ ପ୍ରାୟ 50 ଆଭରେଜରେ 645 ରନ ମଧ୍ୟ ସଂଗ୍ରହ କରିଛନ୍ତି ।
ପେସର ହାରିସ ରୌଫ ଗତ ସଂସ୍କରଣର ବିଗ ବାସ ଲିଗରେ ଦମଦାର ପ୍ରଦର୍ଶନ କରିଥିଲେ । ପାକିସ୍ତାନ ପକ୍ଷରୁ 2ଟି ଅନ୍ତର୍ଜାତୀୟ ଟି-20 ମଧ୍ୟ ଖେଳିଛନ୍ତି ।