ETV Bharat / sports

PAK VS SA T20: ରିଜଓ୍ବାନଙ୍କ ଶତକୀୟ ପାଳିରେ ପାକିସ୍ତାନ ବିଜୟୀ - ଟି-20 ସିରିଜ

ପାକିସ୍ତାନ - ଦ.ଆଫ୍ରିକା ପ୍ରଥମ ଟି-20 ମ୍ୟାଚରେ ପାକିସ୍ତାନ ଦଳ 3 ଓ୍ବିକେଟରେ ହରାଇଲା ଭ୍ରମଣକାରୀ ଦଳକୁ । ଦଳ ପକ୍ଷରୁ ରିଜଓ୍ବାନ 64 ବଲ୍‌ରେ 104 ରନ୍‌ସଂଗ୍ରହ କରିଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

PAK VS SA T20: ରିଜଓ୍ବାନଙ୍କ ଶତକୀୟ ପାଳିରେ ପାକିସ୍ତାନ ବିଜୟ

author img

By

Published : Feb 12, 2021, 10:52 AM IST

ଲାହୋର: ଘରୋଇ ପାକିସ୍ତାନ ଓ ଦ.ଆଫ୍ରିକା ମଧ୍ୟରେ ଗୁରୁବାର ଦିନ ପ୍ରଥମ ଟି-20 ମ୍ୟାଚ ଖେଳାଯାଇଥିଲା । ତେବେ ଏହି ପ୍ରଥମ ଟି-20 ମ୍ୟାଚରେ ପାକିସ୍ତାନ ଦଳ 3 ଓ୍ବିକେଟରେ ଦ.ଆଫ୍ରିକା ଟିମ୍‌କୁ ମାତ୍‌ ଦେଇ 3ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ 1-0ରେ ଆଗୁଆ ହୋଇଛି ।

ଗତକାଲି ଦ.ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଟିମ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 169 ରନ୍‌ ସଂଗ୍ରହ କରିଥିଲା । ତେବେ ଦଳ ପକ୍ଷରୁ ରିଜଓ୍ବାନ 64ବଲ୍‌ରେ 104ରନ୍‌(6ଚୌକା, 7ଛକା) ସଂଗ୍ରହ କରିଥିଲେ ।

ଅତିଥିଦଳ ପକ୍ଷରୁ ଫେଲୁକ୍ବାୟା ସର୍ବାଧିକ 2 ଓ୍ବିକେଟ ନେଇଥିବାବେଳେ ଫର୍ଟୁନ, ସିପମାଲା, ସାମ୍‌ସୀ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଥିଲେ ।

ତେବେ 170ରନ୍‌ ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ଦ.ଆଫ୍ରିକା ଦଳ । ମାତ୍ର ନିର୍ଦ୍ଧାରିତ ଓଭରରେ 6ଓ୍ବିକେଟ ହରାଇ 166ରନ୍‌ କରି ପାରିଥିଲା ଭ୍ରମଣକାରୀ ଦଳ । ଦଳ ପକ୍ଷରୁ ରୀଜା ହେଣ୍ଡ୍ରିକସ୍ସ ସର୍ବାଧିକ 54ରନ୍‌ କରିଥିବାବେଳେ ଜାନେମନ ମଲାନ 44 କରିଥିଲେ ।

ତେବେ ପାକିସ୍ତାନ ପକ୍ଷରୁ ଉସମନ ଓ ସାହିନ 2ଟି ଲେଖାଏଁ ଓ୍ବିକେଟ ହାତେଇଥିବାବେଳେ ଅସରଫ ଗୋଟିଏ ଓ୍ବିକେଟ ନେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.