ETV Bharat / sports

ପାକିସ୍ତାନରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଦଳ, ଶେଷହେଲା 14 ବର୍ଷର ବନବାସ

author img

By

Published : Jan 16, 2021, 4:57 PM IST

କ୍ବିଣ୍ଟନ ଡି କକ୍‌ଙ୍କ ନେତୃତ୍ବରେ ଶନିବାର କରାଚୀରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା ଦଳ । ଅଧିକ ପଢନ୍ତୁ...

Pak vs SA: Quinton de Kock-led Proteas touchdown in Karachi
ପାକିସ୍ତାନରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଦଳ, ଶେଷହେଲା 14 ବର୍ଷର ବନବାସ

କରାଚୀ: କ୍ବିଣ୍ଟନ ଡି କକ୍‌ଙ୍କ ନେତୃତ୍ବରେ ଶନିବାର କରାଚୀରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା ଦଳ । ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇଟି ଟେଷ୍ଟ, 3ଟି ଟି-20 ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି । 14 ବର୍ଷରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକୀୟ ଦଳର ପାକିସ୍ତାନ ମାଟିରେ ପାଦ ପଡିଛି ।

ଜାନୁଆରୀ 26ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ପ୍ରଥମ ଟେଷ୍ଟ କରାଚୀରେ ଖେଳାଯିବ । ସେହିପରି ଫେବୃଆରୀ 11ରୁ ଟି-20 ସିରିଜ ଆରମ୍ଭ ହେବ ।

କରାଚୀ ଅଭିମୁଖେ ଉଡାଣ ଭରିଥିବା ଦକ୍ଷିଣ ଆଫ୍ରିକା ଦଳ ପାକିସ୍ତାନରେ ପହଞ୍ଚିବା ପରେ ବୋର୍ଡ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଅନ୍ୟପଟେ ଏହି ସିରିଜରେ ଏକ ବିରଳ ସଂଯୋଗ ଘଟିବାକୁ ଯାଉଛି, ମାତ୍ର କୌଣସି ପାକିସ୍ତାନୀ ଖେଳାଳି କିମ୍ବା ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କ ପାଇଁ ନୁହେଁ ଅମ୍ପାୟର ଅଲିମ ଦାର୍‌ ଙ୍କ ପାଇଁ ।

ଅଲିମ ଦାର ପ୍ରଥମ ଥର ପାଇଁ ଘରୋଇ ମାଟିରେ ଖେଳଯିବାକୁ ଥିବା ପ୍ରଥମ ଟେଷ୍ଟରେ ଅମ୍ପାୟର ଦାୟିତ୍ବ ତୁଲାଇବେ । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଟେଷ୍ଟ ସିରିଜ ପାଇଁ ମ୍ୟାଚ ପରିଚାଳନା ଅଧିକାରୀଙ୍କ ତାଲିକା ଘୋଷଣା କରିଛି ।

ବର୍ଷ 2003ରେ ପ୍ରଥମ ଥର ଅମ୍ପାୟରିଂ କରିଥିଲେ ଦାର୍ । ସେବେଠାରୁ 132 ଟେଷ୍ଟ, 37 ଦିନିକିଆ ଓ 57 ଟି-20 ମ୍ୟାଚରେ ଅମ୍ପାୟର ରହିସାରିଛନ୍ତି ।

ତେବେ ଏହି ସିରିଜରେ ଅମ୍ପାୟର ନିଯୁକ୍ତି ହେବାପରେ ଭାବବିହ୍ବଳ ହୋଇଛନ୍ତି ଦାର୍‌ । କହିଛନ୍ତି ଏହି ସୁଯୋଗ ପାଇଁ 17 ବର୍ଷ ଓ 132 ଟେଷ୍ଟର ଅପେକ୍ଷା କରିବାକୁ ପଡିଲା । ମାତ୍ର ଏହି ଲମ୍ବା ଅପେକ୍ଷାର ଶେଷ ହୋଇଛି, ଖେଳାଳିଙ୍କ ପରି ଅମ୍ପାୟର ମଧ୍ୟ ଇଚ୍ଛା କରିଥାନ୍ତି ଘରୋଇ ମାଟିରେ ଟେଷ୍ଟ କ୍ରିକେଟରେ ଦାୟିତ୍ବ ତୁଲାଇବାକୁ । ଏହା ବାସ୍ତବିକ ଏକ ସ୍ବତନ୍ତ୍ର ଅନୁଭୂତି ହେବ କହିଛନ୍ତି ଆଇସିସିର ଏଲେଟ ପ୍ୟାନେଲିଷ୍ଟ ଅମ୍ପାୟର ଅଲିମ ଦାର୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.