ସିଡନି: ନିଜ ଟେଷ୍ଟ କ୍ୟାରିୟରକୁ ନେଇ ଖୁଲାସା କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସେନ ୱାଟସନ । ନିଜର କ୍ରିକେଟ ଶୈଳୀ ସହ ଟେଷ୍ଟ କ୍ରିକେଟରେ ଅଧିକ ସଫଳ ହୋଇପାରିନଥିବା ସେ କହିଛନ୍ତି ।
ଟେଷ୍ଟ କ୍ରିକେଟରେ ଅଧିର ସମୟ ଧୈର୍ଯ୍ୟର ସହ ବ୍ୟାଟିଂ କରିବାକୁ ପଡିଥାଏ । ତେବେ ସେ ମ୍ୟାଚର ଫଳାଫଳକୁ ନେଇ ଅଧିକ ବିଚାର କରନ୍ତି ଓ ଆକ୍ରମଣାତ୍ମକ ରଣନୀତି ଆପଣାନ୍ତି । ଯାହା ଟେଷ୍ଟ କ୍ରିକେଟରେ ତାଙ୍କୁ ସଫଳ କରିନାହିଁ ।
ସୀମିତ ଓଭର କ୍ରିକେଟରେ ଲକ୍ଷ୍ୟ ସାମ୍ନାରେ ଥାଏ । ଲକ୍ଷ୍ୟ ହାସଲ ପାଇଁ ସେ ସମସ୍ତ ପ୍ରୟାସ କରି ସଫଳ ହୁଅନ୍ତି । ମାତ୍ର କ୍ରିକେଟର ଲମ୍ବା ଫର୍ମାଟରେ ଖେଳିଥିବା ପ୍ରତ୍ୟେକ ଟେଷ୍ଟରେ ସେ ଭୁଲ ନିଷ୍ପତି କରିଛନ୍ତି ।
ୱାଟସନ ମୋଟ 59ଟି ଟେଷ୍ଟ ଖେଳି 3,731 ରନ ସହ 75 ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ତେବେ ଅଷ୍ଟ୍ରେଲିଆ ପକ୍ଷରୁ 190ଟି ଦିନିକିଆ ଓ 58 ଟି ଟି-20 ମ୍ୟାଚ ଖେଳିଛନ୍ତି । ବର୍ଷ 2016ରେ କ୍ରିକେଟରୁ ଅବସର ନେଇଥିଲେ ବିଶ୍ବ କ୍ରିକେଟର ଅନ୍ୟତମ ଅଲରାଉଣ୍ଡର ସେନ ୱାଟସନ ।