ETV Bharat / sports

ଖରାପ ବ୍ୟାଟିଂ ପ୍ରଦର୍ଶନ, ମାତ୍ର ତିଳକୁ ତାଳ କରନାହିଁ: କୋହଲି

author img

By

Published : Dec 19, 2020, 7:54 PM IST

ପ୍ରଥମ ଟେଷ୍ଟରେ ପରାଜୟ ପରେ ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କ ସକରାତ୍ମକ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

Our worst batting show but let's not make mountain out of molehill: Kohli
ଖରାପ ବ୍ୟାଟିଂ ପ୍ରଦର୍ଶନ ମାତ୍ର ତିଳକୁ ତାଳ କରନାହିଁ: କୋହଲି

ଆଡିଲେଡ: ପ୍ରଥମ ଟେଷ୍ଟରେ ପରାଜୟ ପରେ ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କ ସକରାତ୍ମକ ପ୍ରତିକ୍ରିୟା । ପ୍ରଥମ ଇଂନିସରେ ଅଧିକ ଲିଡ୍, ମ୍ୟାଚର ଫଳାଫଳରେ ଫରକ ଆଣିଥାନ୍ତା ବୋଲି କହିଛନ୍ତି କୋହଲି ।

4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ 8 ୱିକେଟରେ ପରାଜୟ ପରେ କୋହଲିଙ୍କ ଏହି ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏଥିସହ ଖରାପ ବ୍ୟାଟିଂ ପ୍ରଦର୍ଶନ ବୋଲି ମଧ୍ୟ ସ୍ବୀକାର କରିଛନ୍ତି । ଅନ୍ୟପଟେ ଏହାକୁ ତିଳକୁ ତାଳ କରନାହିଁ ବୋଲି ମଧ୍ୟ ପ୍ରଶଂସକଙ୍କୁ କହିଛନ୍ତି ।

ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତ ପାଇଁ ଅସମ୍ଭବ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା । ଦ୍ବିତୀୟ ଦିନ ସୁଦ୍ଧା 62 ରନର ଆଗୁଆ ଥିଲା ଭାରତ । ମାତ୍ର ଲିଡ୍ କୁ ଆଗକୁ ବଢାଇବା ସହ ବଡ ଲକ୍ଷ୍ୟ ଆଡକୁ ନେବାକୁ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇନଥିଲେ । ଏହାର କାରଣ ସକରାତ୍ମକ ମନୋଭାବର କମି ବୋଲି କୌଣସି ଖେଳାଳିଙ୍କ ନାମ ନ ନେଇ ବିରାଟ କହିଛନ୍ତି ।

ତେବେ ବିରାଟଙ୍କ ଏହି କଥା ଓପନର ମୟଙ୍କ ଅଗ୍ରୱାଲଙ୍କ ପାଇଁ ଥିଲା ବୋଲି କୁହାଯାଉଛି । କାରଣ ମୟଙ୍କ 40 ବଲ ଖେଳି ମାତ୍ର 9 ରନ କରିପାରିଥିଲେ । କୋହଲିଙ୍କ ଏହି ବୟାନର ଅର୍ଥ ଅଷ୍ଟ୍ରେଲୀୟ ବୋଲରଙ୍କୁ ପ୍ରତିଆକ୍ରମଣର ଆବଶ୍ୟକତା ଥିଲା ।

କୋହଲି କହିଛନ୍ତି ଏପରି ଖରାପ ବ୍ୟାଟିଂ ପ୍ରଦର୍ଶନ କେବେ କରିଥିଲୁ ବୋଲି ମନେ ହେଉନାହିଁ, ମାତ୍ର ଏହିସ୍ଥିତିରୁ ହିଁ ବାସ୍ତବିକ ଖେଳାଳିଙ୍କ ପରିଚୟ, ରଣନୀତି, ମନୋଭାବ ଓ କୌଶଳର ପରିଚୟ ହୁଏ । ଭାରତୀୟ ଖେଳାଳି ଏହି ସ୍ଥିତିରୁ ନିଶ୍ଚୟ ଉପରକୁ ଉଠିବେ ଓ ପ୍ରଭାବୀ ପ୍ରଦର୍ଶନ କରିବେ ବୋଲି ଆଶା । ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଭାରତୀୟ କ୍ୟାପଟେନ ବିରାଟ କୋହଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.