ETV Bharat / sports

ଆଜି ଦିନରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ଷ୍ଟିଭ ସ୍ମିଥ - ପ୍ରଥମ ଟେଷ୍ଟ ଖେଳିଥିଲେ ସ୍ମିଥ

ବର୍ଷ 2010 ଆଜିର ଦିନରେ (ଜୁଲାଇ 13)ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ତଥା ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଟେଷ୍ଟ କ୍ରିକେଟରେ ପଦାର୍ପଣ ମ୍ୟାଚ (ଡେବ୍ୟୁ) କରିଥିଲେ । ଇଂଲଣ୍ଡର ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ ସ୍ମିଥ ।

On This day in 2010: Steve Smith made his Test debut
ଆଜି ଦିନରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ଷ୍ଟିଭ ସ୍ମିଥ
author img

By

Published : Jul 13, 2020, 6:41 PM IST

ହାଇଦ୍ରାବାଦ: ବର୍ଷ 2010 ଆଜିର ଦିନରେ (ଜୁଲାଇ 13)ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ତଥା ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଟେଷ୍ଟ କ୍ରିକେଟରେ ପଦାର୍ପଣ ମ୍ୟାଚ(ଡେବ୍ୟୁ) କରିଥିଲେ । ଇଂଲଣ୍ଡର ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ ସ୍ମିଥ । ତତ୍କାଳୀନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଏଣ୍ଟିଂଙ୍କ ଠାରୁ ସ୍ମିଥ, ଟେଷ୍ଟ କ୍ୟାପ ଗ୍ରହଣ କରିଥିଲେ ।

On This day in 2010: Steve Smith made his Test debut
ଆଜି ଦିନରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ଷ୍ଟିଭ ସ୍ମିଥ

ଆଜିର ଆଇସିସିସ ଟେଷ୍ଟ ମାନ୍ୟତାର ନଂ1 ଖେଳାଳି, ଡେବ୍ୟୁ ମ୍ୟାଚରେ ବିଶେଷ ପ୍ରଦର୍ଶନ କରିପାରିନଥିଲେ । ଟିମ ପକ୍ଷରୁ ବ୍ୟାଟ୍ସମ୍ୟାନ ଅପେକ୍ଷା ତାଙ୍କୁ ବୋଲର ଭାବେ ଅଧିକ ଦାୟିତ୍ବ ମିଳିଥିଲା । ଉଭୟ ଇଂନିସରେ ମାତ୍ର 13 ରନ ଓ 3ଟି ୱିକେଟ ଅକ୍ତିଆର କରିଥିଲେ ।

ସ୍ମିଥ ଅନ୍ତର୍ଜାତୀୟ ଦିନିକିଆ ଓ ଟି-20ରେ ମଧ୍ୟ 2010ରେ ଡେବ୍ୟୁ କରିଥିଲେ । ଏହାପରେ ବିଶ୍ବକ୍ରିକେଟରେ ସ୍ମିଥ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି । 911 ପଏଣ୍ଟ ସହ ଆଇସିସି ଟେଷ୍ଟ ମାନ୍ୟତାର ନଂ1 ସ୍ଥାନରେ ରହିଛନ୍ତି । 886 ପଏଣ୍ଟ ସହ ବିରାଟ କୋହଲି 2ୟ ସ୍ଥାନରେ ରହିଛନ୍ତି ।

ସ୍ମିଥ ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ 3ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ନଜର ଆସିଥିଲେ । ପ୍ରଥମ ମ୍ୟାଚ ପରେ କୋରାନା ଭାଇରସ ଯୋଗୁଁ ଏହି ସିରିଜ ସ୍ଥଗିତ ଘୋଷଣା ହୋଇଥିଲା ।

ସ୍ମିଥ ଆଇପିଏଲ ଟିମ ରାଜସ୍ଥାନ ରୟାଲ୍ସ ଟିମର କ୍ୟାପଟେନ ରହିଛନ୍ତି । ତେବେ ମହାମାରୀ କୋରୋନା ଭାଇରସ ଯୋଗୁଁ ଆଇପିଏଲ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବାତିଲ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.