ହାଇଦ୍ରାବାଦ: ବିଶ୍ବ କ୍ରିକେଟ ପାଇଁ ଆଜିର ଦିନ ବେଶ ସ୍ବତନ୍ତ୍ର । ଆଜି ଦିନରେ କିମ୍ବଦନ୍ତୀ ଲେଗ ସ୍ପିନର ସେନ ୱାର୍ଣ୍ଣ, ଶତାବ୍ଦୀର ଶ୍ରେଷ୍ଠ ବଲ ବୋଲିଂ କରିଥିଲେ ।
-
We're never getting over this, Warney 🤩pic.twitter.com/JXEAU9KGhR
— ICC (@ICC) June 4, 2020 " class="align-text-top noRightClick twitterSection" data="
">We're never getting over this, Warney 🤩pic.twitter.com/JXEAU9KGhR
— ICC (@ICC) June 4, 2020We're never getting over this, Warney 🤩pic.twitter.com/JXEAU9KGhR
— ICC (@ICC) June 4, 2020
4 ଜୁନ 1993ରେ ମାଞ୍ଚେଷ୍ଟରରେ, ଇଂଲଣ୍ଡ ବିପକ୍ଷ ଆସେସ ସିରିଜର ପ୍ରଥମ ଟେଷ୍ଟରେ ଏକ ଅବିଶ୍ବସନୀୟ ବଲ ବୋଲିଂ କରିଥିଲେ ଅଷ୍ଟ୍ରେଲିଆର ଭେଟେରାନ ସ୍ପିନର ସେନ ୱାର୍ଣ୍ଣ ।
ଇଂଲଣ୍ଡ ପକ୍ଷରୁ ମାଇକ ଗେଟିଂ ବ୍ୟାଟିଂ କରୁଥିଲେ । ୱାର୍ଣ୍ଣଙ୍କ ବଲ ଲେଗଷ୍ଟମ୍ପର ବହୁତ ବାହାରେ ପଡି ଗେଟିଂଙ୍କ ଅଫଷ୍ଟମ୍ପରେ ଲାଗିଥିଲା । ଗେଟିଂଙ୍କୁ କଣ ଘଟିଗଲା ବୋଲି ବୁଝିବାକୁ କିଛି ମିନିଟ ଲାଗିଥିଲା । ଏପରି ଅବିଶ୍ବସନୀୟ ବଲରେ ସମସ୍ତେ ଆଚମ୍ବିତ ହୋଇଥିଲେ ।
ଆଇସିସି ପକ୍ଷରୁ ଏହି ମ୍ୟାଚ ଭିଡିଓ ସେୟାର କରାଯାଇ ୱାର୍ଣ୍ଣଙ୍କ "ବଲ ଅଫ ଦ ସେଞ୍ଚୁରୀ" ବୋଲି ଲେଖାଯାଇଛି ।