ETV Bharat / sports

ଚିନ୍ତାରେ ଓସିଏ, ଓସିଏଲ ଟ୍ରାଏଲ ମ୍ୟାଚ ପାଇଁ ରାଜ୍ୟ ସରକାରଙ୍କ ମିଳିନି ଅନୁମତି

କ୍ରିକେଟକୁ ନେଇ ଚିନ୍ତାରେ ରହିଛି ଓଡ଼ିଶା କ୍ରିକେଟ ଆସୋସିଏସନ । ଟ୍ରାଏଲ ମ୍ୟାଚ ପାଇଁ ମିଳୁନି ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏଁ ମିଳିନି ଗ୍ରୀନ ସିଗନାଲ । ଅଧିକ ପଢ଼ନ୍ତୁ...

author img

By

Published : Dec 9, 2020, 4:33 PM IST

odisha state government did not giving permission for ocl  trial match
ଚିନ୍ତାରେ ଓସିଏ, ଓସିଏଲ ଟ୍ରାୟଲ ମ୍ୟାଚ ପାଇଁ ରାଜ୍ୟ ସରକାରଙ୍କ ମିଳିନି ଅନୁମତି

କଟକ: କ୍ରିକେଟକୁ ନେଇ ଚିନ୍ତାରେ ରହିଛି ଓଡ଼ିଶା କ୍ରିକେଟ ଆସୋସିଏସନ । ଟ୍ରାଏଲ ମ୍ୟାଚ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏଁ ମିଳିନି ଗ୍ରୀନ ସିଗନାଲ । ଜାନୁଆରୀ ମାସରେ ଖେଳାଯିବ ବିସିସିଆଇର ସୟଦ ମୁସ୍ତାକ ଅଲି ଟ୍ରଫି । ଏହାପୂର୍ବରୁ ମଜଭୁତ ଦଳ ପାଇଁ ଟ୍ରାଏଲ ମ୍ୟାଚ ନିହାତି ଆବଶ୍ୟକ। ଏଭଳି ସ୍ଥିତିରେ ଟ୍ରାୟଲ କ୍ରିକେଟ ମ୍ୟାଚ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ମିଳୁନଥିବାରୁ ଚିନ୍ତାରେ ରହିଛି ଓସିଏ।

କୋରୋନା ମହାମାରୀ ଯୋଗୁଁ କ୍ରିକେଟରମାନେ ଅଭ୍ୟାସ କରି ପାରିନାହାନ୍ତି। ଏଥିପାଇଁ ସର୍ଟ ଫର୍ମାଟ କ୍ରିକେଟ ଓସିଏଲର ଆୟୋଜନ କରିବାକୁ ଓସିଏ ନିଷ୍ପତ୍ତି ନେଇଛି। ତେବେ ଏହାପୂର୍ବରୁ ଟ୍ରାୟଲ ମ୍ୟାଚ ଆୟୋଜନ କରିବାକୁ ସ୍ଥିର କରିଥିଲା ଓସିଏ। ତେବେ ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ଅନୁମତି ମିଳିନାହିଁ। ଆଗକୁ ବହୁ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେବାକୁ ଥିବାରୁ ରାଜ୍ୟ ସରକାରଙ୍କୁ ଟ୍ରାୟଲ କ୍ରିକେଟ ମ୍ୟାଚ ପାଇଁ ଅନୁମତି ଦେବାକୁ ନିବେଦନ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

ଡିସେମ୍ବର ମାସ 5 ତାରିଖରେ ହେବାକୁ ଥିବା ଓଡ଼ିଶା କ୍ରିକେଟ ଲିଗ ଟି-20 ଚାମ୍ପିଅନସିପ ପାଇଁ ଟ୍ରାୟଲ ମ୍ୟାଚ ହେବାକୁ ଥିଲା। 6ଟି ଦଳକୁ ନେଇ ସର୍ବମୋଟ 84 କ୍ରିକେଟରଙ୍କୁ ଏଥିରେ ସାମିଲ କରାଯିବ।କୁ ଯୋଜନା ରହିଛି। ଏହି ସମସ୍ତ ମ୍ୟାଚକୁ ଦିବାରାତ୍ର(day and night) କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ ମାନି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା ଓସିଏ। ତେବେ ଓସିଏ ପାଇଁ କେବେ ରାଜ୍ୟ କ୍ରୀଡା ବିଭାଗର ଅନୁମତି ମିଳିବ ତାହାରି ଉପରେ ସଭିଙ୍କ ନଜର ରହିଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.