ETV Bharat / sports

ନାଗେଶ ଟ୍ରଫି ସେମିଫାଇନାଲ: ଆଜି ଓଡିଶା-କର୍ଣ୍ଣାଟକ ଟକ୍କର

ଦୃଷ୍ଟି ବାଧିତ ନାଗେଶ ଟ୍ରଫିର ସେମିଫାଇନାଲରେ ପହଁଚିଛି ଟିମ ଓଡ଼ିଶା। କ୍ବାଟରଫାଇନଲରେ ଝାଡଖଣ୍ଡକୁ ହରାଇ ସେମିରେ ସ୍ଥାନ ପକ୍କା କରିଛି ଓଡିଶା ଦଳ ।

author img

By

Published : Feb 15, 2021, 7:14 AM IST

ନାଗେଶ ଟ୍ରଫି ସେମିଫାଇନାଲ : ଆଜି  ଓଡିଶା-କର୍ଣ୍ଣାଟକ ଟକ୍କର

କଟକ: ଦୃଷ୍ଟି ବାଧିତ ନାଗେଶ ଟ୍ରଫିର ସେମିଫାଇନାଲରେ ପହଁଚିଛି ଟିମ ଓଡ଼ିଶା। କ୍ବାଟରଫାଇନଲରେ ଝାଡଖଣ୍ଡକୁ ହରାଇ ସେମିରେ ସ୍ଥାନ ପକ୍କା କରିଛି ଓଡିଶା ଦଳ ।

ଗତକାଲି(ରବିବାର) ସଚିନ ତେନ୍ଦୁଲକର ଷ୍ଟାଡିୟମରେ ଖେଳାଯାଇଥିବା 3ୟ କ୍ବାଟର ଫାଇନାଲରେ ଓଡିଶାକୁ ଭେଟିଥିଲା ଝାଡଖଣ୍ଡ । ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଓଡିଶା ପ୍ରାରମ୍ଭିକ ଯୋଡିରେ 100 ରନ ର ପାଟନରସିପ କରିଥିଲେ । ଓପନର ଲିଙ୍ଗରାଜ ରାଉତରାୟ- ନକୁଳ ବଡନାୟକଙ୍କ ଯୋଡି ଦଳକୁ ଦେଇଥିଲେ ମଜବୁତ୍‌ ସ୍ଥିତି । ଦଳ ବିପକ୍ଷ ଦଳ ପାଇଁ 212 ରନର ଟାର୍ଗେଟ ଦେଇଥିଲା ଓଡିଶା। ଦଳ ପକ୍ଷରୁ ନକୁଳ ସର୍ବାଧିକ 81 ରନ କରିଥିଲେ ।

ଜବାବରେ ଝାଡଖଣ୍ଡ 20 ଓଭରରେ 122 ରନ ହିଁ କରି ପାରିଥିଲା । ଯାହାଫଳରେ ଓଡିଶା ଏହି ମ୍ୟାଚକୁ 89 ରନରେ ଜିତି ନେଇଥିଲା । ଆଜି କର୍ଣ୍ଣାଟକ ବିପକ୍ଷରେ ସେମିଫାଇନାଲ ଖେଳିବ ଓଡିଶା ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.