ETV Bharat / sports

ମୁଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟରଙ୍କୁ ବହିଷ୍କାର କଲା ଓଡିଶା FC

author img

By

Published : Feb 2, 2021, 5:15 PM IST

Updated : Feb 2, 2021, 5:35 PM IST

ମୁଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟରଙ୍କୁ ବହିଷ୍କାର କଲା ଓଡିଶା ଏଫସି

17:05 February 02

ମୁଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟରଙ୍କୁ ବହିଷ୍କାର କଲା ଓଡିଶା FC

ହାଇଦ୍ରାବାଦ: ଇଣ୍ଡିଆନ ସୁପର ଲିଗ କ୍ଳବ ଓଡିଶା ଏଫସି ମୁଖ୍ୟ କୋଚ ବହିଷ୍କୃତ । ମୁଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟରଙ୍କ ସହ ଚୁକ୍ତି ଶେଷ କଲା ଓଡିଶା । ଖୁବଶୀଘ୍ର ନୂଆ ଅନ୍ତରୀଣ କୋଚ ନିଯୁକ୍ତ ହେବ ବୋଲି କ୍ଳବ ପକ୍ଷରୁ ନିଜ ଟ୍ବିଟର ଆକାଉଣ୍ଟରେ ଘୋଷଣା । 

ସୋମବାର ଜାମସେଦପୁର ଏଫସି ବିପକ୍ଷ ମ୍ୟାଚ ହାରିବା ପରେ ମ୍ୟାଚ ରେଫରୀଙ୍କ ପ୍ରତି ବାକ୍ସଟର ଅଶାଳୀନ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଓଡିଶା ଏଫସି କ୍ଳବ କ୍ଷମା ମାଗିଥିଲା  । 

ଓଡିଶା ଏଫ୍‌ସି ତା'ର 14ତମ ମ୍ୟାଚରେ ଜାମସେଦପୁର ଠାରୁ 0-1ଗୋଲ୍‌ରେ ପରାସ୍ତ ହୋଇଥିଲା । ଏହା ସହ ଚଳିତ ISL ସଂସ୍କରଣରେ 8ମ ପରାଜୟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି । ଅନ୍ୟପଟେ ଜାମସେଦପୁର ଏଫ୍‌ସି 15ତମ ମ୍ୟାଚରେ ବିଜୟ ହାସଲ କରି 18 ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି ।  

ଜାମସେଦପୁର ପକ୍ଷରୁ ଏକମାତ୍ର ଗୋଲ୍‌ ମୋବାସିର ରେହମାନ 41ତମ ମିନିଟ‌ରେ କରିଥିଲେ। ମାତ୍ର ଓଡିଶାକୁ ଗୋଲ୍‌ କରିବାକୁ ଏକାଧିକ ସୁଯୋଗ ମିଳିଥିଲେ ବି ଖେଳାଳିମାନେ ଗୋଲ୍‌ରେ ପରିଣତ କରି ପାରିନଥିଲେ । ଫଳରେ ମ୍ୟାଚ ଶେଷ ସୁଦ୍ଧା ଜାମସେଦପୁର 1-0ରେ ଅଗ୍ରଣୀ ରହିବା ସହ ବିଜୟୀ ହୋଇଥିଲା । 

ବ୍ୟୁରା ରିପୋର୍ଟ, ଇଟିଭି ଭାରତ

Last Updated : Feb 2, 2021, 5:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.