ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଦିନିକିଆ କ୍ୟାପ୍ଟେନ୍ ମିତାଲି ରାଜ ମହିଳା ଆଇପିଏଲକୁ ନେଇ ବେଶ ଉତ୍ସୁକତା ଦେଖାଇଛନ୍ତି । ବିସିସିଆଇକୁ ମହିଳା ଆଇପିଏଲ ଆଗାମୀ ବର୍ଷରୁ ଆରମ୍ଭ କରି ଦେଉ ବୋଲି ନିଜ ମତ ରଖିଛନ୍ତି ।
ମିତାଲି କହିଛନ୍ତି ଯେ, ମୋର ନିଜସ୍ବ ମତ ଅନୁସାରେ ମତେ ଲାଗୁଛି ମହିଳା ଆଇପିଏଲ ଆଗାମୀ ବର୍ଷରୁ ଆରମ୍ଭ କରିଦେବା ଉଚିତ୍ । ଛୋଟ ସ୍ତରରୁ ହେଉ କିମ୍ବା କିଛି ନିୟମ ପରିବର୍ତ୍ତନ ସହ ଆରମ୍ଭ କରାଯାଉ । ପ୍ରଥମ ସଂସ୍କରଣରେ ପାଞ୍ଚ କିମ୍ବା ଛଅ ବିଦେଶୀ ଖେଳାଳିଙ୍କ ସହ ଖେଳିବାର ସୁଯୋଗ ମିଳୁ ।
ସୂଚନାଥାଉକି ଏହି ସମୟରେ କୋରୋନା ଭାଇରସ କାରଣରୁ ଆଇପିଏଲ ହେବାର ସମ୍ବାବନ ବହୁତ କମ୍ ରହିଛି । ମିତାଲି ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ମାନୁଛିକି ଘରୋଇ ଖେଳାଳି ଆମ ପାଖରେ ବେଶୀ ନାହାଁନ୍ତି । କିନ୍ତୁ ଉପାୟ ଏହା ହୋଇ ପାରିବ କି ଏବେର ଫ୍ରାଞ୍ଚାଇଜ ଟିମ ବନାନ୍ତୁ ।