ETV Bharat / sports

ଧୋନିଙ୍କୁ ମନେ ପକାଉଛନ୍ତି ଓଡିଆ କ୍ରିକେଟ ପ୍ରେମୀ, ଝୁରୁଛି ବାରବାଟୀ - barabati memory

ଧୋନି ଯେ କେବଳ ଜଣେ କ୍ରିକେଟର ନଥିଲେ, ସେ ଥିଲେ ପ୍ରକୃତ ଲିଡର, ଚମତ୍କାର ବକ୍ତିତ୍ବର ଅଧିକାରୀ, ତାଙ୍କ ପାଖରେ ଥିଲା ଠିକ୍‌ ସମୟରେ ସଠିକ୍‌ ନିଷ୍ପତ୍ତି ନେବାର ଦକ୍ଷତା । ତାଙ୍କର ଶାନ୍ତ ସ୍ବଭାବରେ ପ୍ରଭାବିତ କେବଳ କ୍ରିକେଟ ଖେଳାଳି ନୁହଁନ୍ତି, ଆଜିର ଯୁବ ବର୍ଗଙ୍କ ପ୍ରେରଣା ରହିଛନ୍ତି ଧୋନି ।

ଧୋନିଙ୍କୁ ମନେ ପକାଉଛନ୍ତି ଓଡିଆ କ୍ରିକେଟ ପ୍ରେମୀ, ଝୁରୁଛି ବାରବାଟୀ

author img

By

Published : Aug 20, 2020, 10:53 PM IST

କଟକ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି କ୍ୟାପ୍ଟେନ କୁଲ । ହେଲେ ମାହିଙ୍କ ଅବସରକୁ ଏତେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି କ୍ରିକେଟ ପ୍ରେମୀ । କାରଣ ଧୋନି ଯେ କେବଳ ଜଣେ କ୍ରିକେଟର ନଥିଲେ, ସେ ଥିଲେ ପ୍ରକୃତ ଲିଡର, ଚମତ୍କାର ବ୍ୟକ୍ତିତ୍ବର ଅଧିକାରୀ । ତାଙ୍କ ପାଖରେ ଥିଲା ଠିକ୍‌ ସମୟରେ ସଠିକ୍‌ ନିଷ୍ପତ୍ତି ନେବାର ଦକ୍ଷତା । ତାଙ୍କର ଶାନ୍ତ ସ୍ବଭାବରେ ପ୍ରଭାବିତ କେବଳ କ୍ରିକେଟ ଖେଳାଳି ନୁହଁନ୍ତି, ଆଜିର ଯୁବ ବର୍ଗଙ୍କ ପ୍ରେରଣା ରହିଛନ୍ତି ଧୋନି । ଦଳରେ ତ ଅନେକ ଖେଳାଳିଙ୍କୁ ସେ ପ୍ରଭାବିତ କରିଛନ୍ତି । ମାତ୍ର ଓଡିଶାରେ ମଧ୍ୟ କିଛି କ୍ରିକେଟର ରହିଛନ୍ତି ଯେଉଁମାନେ ଧୋନିଙ୍କ ବ୍ୟକ୍ତିତ୍ବରେ ଅନୁପ୍ରାଣିତ ।

ଧୋନିଙ୍କୁ ମନେ ପକାଉଛନ୍ତି ଓଡିଆ କ୍ରିକେଟ ପ୍ରେମୀ, ଝୁରୁଛି ବାରବାଟୀ

ସେହପରି ବାରବାଟୀରେ ଧୋନିଙ୍କ ଶେଷ ମ୍ୟାଚକୁ ଝୁରି ହେଉଛନ୍ତି ଓଡିଆ କ୍ରିକେଟ ପ୍ରେମୀ । 2017 ଇଂଲଣ୍ଡ ବିପକ୍ଷ 2ୟ ଦିନିକିଆରେ ତାଙ୍କ ଶତକୀୟ ପାଳିକୁ ଆଜି ବି ମନେ ରଖଛନ୍ତି ଫ୍ୟାନ୍ସ । 122 ବଲରେ 134ରନ ଦମଦାର ପାଳି ଖେଳିଥିଲେ ଧୋନି । ସେଥିରେ ସାମିଲ ଥିଲା 6ଟି ବିଶାଳ ଛକା ଓ 10ଟି ଚୌକା । ଯୁବାରାଜଙ୍କ ସହ 256ରନରେ ଭାଗିଦାରୀ ଫଳରେ ବିପକ୍ଷ ଇଂଲଣ୍ଡ ଆଗରେ ଠିଆ ହୋଇଥିଲା 381ରନର ବିଜୟ ଲକ୍ଷ୍ୟ । ଯାହାକୁ ହାସଲ କରିବାରେ ଫେଲ ମାରିଥିଲା ଇଂଲଣ୍ଡ ଓ 15ରନରେ ମ୍ୟାଚ ଜିତିଥିଲା ଭାରତ । ତେବେ ଧୋନିଙ୍କ ବ୍ୟକ୍ତିତ୍ବ ପରି ତାଙ୍କ ଏହି ଶତକୀୟ ପାଳିକୁ ମନେ ରଖିଥିବେ ପ୍ରତିଟି ଓଡିଆ କ୍ରିକେଟ ପ୍ରେମୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.