ETV Bharat / sports

ଦିନିକିଆ ସୁପର ଲିଗ: ଶୀର୍ଷରେ ଇଂଲଣ୍ଡ, ଅଷ୍ଟମରେ ଟିମ ଇଣ୍ଡିଆ

author img

By

Published : Mar 27, 2021, 7:17 PM IST

ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ସୁପର ଲିଗ୍‌ର ପଏଣ୍ଟ ତାଲିକାର ଅଷ୍ଟମ ସ୍ଥାନରେ ରହିଛି ଭାରତ । ଅଧିକ ପଢନ୍ତୁ...

ODI Super League: India in 8th spot, but no worries
ଦିନିକିଆ ସୁପର ଲିଗ: ଶୀର୍ଷରେ ଇଂଲଣ୍ଡ, ଅଷ୍ଟମରେ ଟିମ ଇଣ୍ଡିଆ

ହାଇଦ୍ରାବାଦ: ପ୍ରକାଶ ପାଇଛି ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ସୁପର ଲିଗ୍‌ର ପଏଣ୍ଟ ତାଲିକା । ଶୁକ୍ରବାର ଆଇସିସି ପକ୍ଷରୁ ପ୍ରକାଶିତ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି ଭାରତ ।

ଟିମ ଇଣ୍ଡିଆ 5 ମ୍ୟାଚ ଖେଳିଥିବାବେଳେ 3ଟିରେ ବିଜୟ ଓ 2ଟିରେ ପରାଜିତ ହୋଇ 19 ପଏଣ୍ଟରେ ସନ୍ତୁଷ୍ଟ ରହିଛି । ଧୀମା ବୋଲିଂ( ସ୍ଲୋ ଓଭର ରେଟ୍‌) ପାଇଁ ଗୋଟିଏ ପଏଣ୍ଟ ହରାଇଛି ଦଳ ।

ଅନ୍ୟପଟେ 40 ପଏଣ୍ଟ ସହ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଇଂଲଣ୍ଡ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଜାରି ରହିଛି । ଇଂଲଣ୍ଡ ଏଯାବତ 8ଟି ମ୍ୟାଚ ଖେଳିଥିବାବେଳେ 4ଟିରେ ବିଜୟ ଓ 4ଟିରେ ପରାଜିତ ହୋଇଛି । ଅଷ୍ଟ୍ରେଲିଆର ସମାନ 40 ପଏଣ୍ଟ ରହିଥିଲେ ମଧ୍ୟ ନେଟ୍‌ ରନ ରେଟ୍‌ରେ ଇଂଲଣ୍ଡ ଠାରୁ ପଛରେ ରହିଛି । 6ଟି ମ୍ୟାଚରୁ 4ଟି ଜିତିଥିବାବେଳେ ଦୁଇଟିରେ ପରାଜୟର ସାମ୍ନା କରିଛି କଙ୍ଗାରୁ ଟିମ ।

ନ୍ୟୁଜିଲାଣ୍ଡ 30 ପଏଣ୍ଟ ସହ ତୃତୀୟ, ଆଫଗାନିସ୍ତାନ 4ର୍ଥ, ପଞ୍ଚମ ସ୍ଥାନରେ ବାଂଲାଦେଶ ଓ ସମାନ 30 ପଏଣ୍ଟ ସହ ୱେଷ୍ଟଇଣ୍ଡିଜ ଷଷ୍ଠ ସ୍ଥାନରେ ରହିଛି । ପାକିସ୍ତାନ 20 ପଏଣ୍ଟ ସହ ସପ୍ତମରେ ଓ ଭାରତ 19 ପଏଣ୍ଟ ସହ ଅଷ୍ଟମରେ ରହିଛି । ଜିମ୍ବାୱେ ଓ ଆୟରଲାଣ୍ଡ ଶେଷ ଦୁଇଟି ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.