ETV Bharat / sports

ବିଜୟ ହଜାରେ ଟ୍ରଫି ପାଇଁ ଓସିଏର କସରତ ଆରମ୍ଭ - ଓସିଏର ଚୟନ ପ୍ରକ୍ରିୟା ଆରମ୍ଭ

ବିସିସିଆଇର ଘରୋଇ ସିଜିନର ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ)ର ପ୍ରସ୍ତୁତି ଆରମ୍ଭ । ଅଧିକ ପଢନ୍ତୁ...

OCA starts selection procedure for upcoming vijay hazare trophy
ବିଜୟ ହଜାରେ ଟ୍ରଫି ପାଇଁ ଓସିଏର କସରତ ଆରମ୍ଭ
author img

By

Published : Jan 25, 2021, 8:53 PM IST

Updated : Jan 25, 2021, 9:41 PM IST

କଟକ: ବିସିସିଆଇର ଘରୋଇ ସିଜିନର ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ପ୍ରସ୍ତୁତି ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ 147 ଜଣ ଖେଳାଳିଙ୍କୁ ଚୟନ କରାଯାଇଛି । ଆସନ୍ତା 27ରେ ଖେଳାଳିମାନେ ପହଞ୍ଚିବା ସହ 28ରୁ କଟକରେ ଆରମ୍ଭ ହେବ ଶିବିର । ପରେ ଫେବୃଆରୀ ପହିଲାରୁ ଟ୍ରାଏଲ ମ୍ୟାଚ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଓସିଏ ବରିଷ୍ଠ ଚୟନକର୍ତ୍ତା କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ।

ବିଜୟ ହଜାରେ ଟ୍ରଫି ପାଇଁ ଓସିଏର କସରତ ଆରମ୍ଭ

ଏହି ଖେଳାଳି ମାନେ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ଦେବେ। ଏହା ପରେ 15 ଜଣିଆ ଦକ୍ଷ ଚୁଡାନ୍ତ ଦଳ ଚୟନ ହେବ । ପୂର୍ବରୁ ଓସିଏ ଆୟୋଜନ କରିଥିବା ଆନ୍ତଃଜିଲା ଟି20 ଲିଗ, ମୁସ୍ତାକ ଅଲି ଟ୍ରଫି ଓ ଅନ୍ୟାନ୍ୟ ବୟସ ବର୍ଗ ଖେଳାଳିଙ୍କ ମଧ୍ୟରୁ ଏହି 147 ଜଣ ଖେଳାଳିଙ୍କୁ ଚୟନ କରାଯାଇଛି ।

ଫେବୃଆରୀ ମଧ୍ୟ ଭାଗରେ ବିଜୟ ହଜାରେ ଟ୍ରଫି ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ବିସିସିଆଇ । ଫଳରେ ଓସିଏ ଏବେ ଠାରୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବିସିସିଆଇର ଏହି ସମ୍ମାନଜନକ ଲିଗରେ ଓଡିଶା ଭଲ ପଦର୍ଶନ କରିବା ନେଇ ଆଶା ରଖିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 25, 2021, 9:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.