ହାମିଲଟନ: ଭାରତ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଝଟକା । ଆହତ କାରଣରୁ ନୀୟମିତ କ୍ୟାପଟେନ ତଥା ଦଳର ଷ୍ଟାର ବ୍ୟାଟ୍ସମ୍ୟାନ କେନ ୱିଲିୟମସନ ପ୍ରଥମ 2ଟି ଦିନିକିଆରୁ ବାଦ ପଡିଛନ୍ତି । 3ୟ ଟି20 ମ୍ୟାଚରେ କାନ୍ଧ ଯନ୍ତ୍ରଣା ଅନୁଭବ କରିଥିଲେ ୱିଲିୟମସନ । ଫଳରେ ଶେଷ 2ଟି ଟି-20 ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଥିଲେ । ଅଭିଜ୍ଞ ବୋଲର ଟିମ ସାଉଦି 4ର୍ଥ ଓ 5ମ ଟି20 ମ୍ୟାଚରେ କ୍ୟାପଟେନ ଦାୟିତ୍ବ ତୁଲାଇଥିଲେ ।
ତେବେ ଏକ୍ସ-ରେ ଓ ସ୍କାନ ପରେ ବିଶେଷ ସମସ୍ୟା ନଥିବାସହ, ୱିଲିୟନସନ ସୁସ୍ଥ ହେଉଥିବା ଜଣାପଡିଛି । ତେବେ ଦିନିକିଆ ମ୍ୟାଚରେ ତାଙ୍କର ଅନୁପସ୍ଥିତିରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଟମ ଲାଥମ କ୍ୟାପଟେନ ଦାୟିତ୍ବ ସମ୍ଭାଳିବେ । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦିନିକିଆ ସିରିଜର ପ୍ରଥମ ମ୍ୟାଚ 5 ପେବୃୟାରୀରେ ହାମିଲଟନରେ ଖେଳାଯିବ ।