ବେଙ୍ଗାଲୁରୁ: ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ତଥା ଜାତୀୟ କ୍ରିକେଟ ଏକାଡେମୀ(NCA) ମୁଖ୍ୟ ରାହୁଲ ଦ୍ରାବିଡ ଭାରତରେ କ୍ରିକେଟ ଆରମ୍ଭ ନେଇ ପ୍ରତିକ୍ରିୟା ରଖିଛନ୍ତି । ଦ୍ରାବିଡ କହିଛନ୍ତି, ବର୍ତ୍ତମାନ ଦେଶରେ କ୍ରିକେଟ ଆରମ୍ଭ ହୋଇପାରିବ ନାହିଁ ।
ମହାମାରୀ କୋରୋନା ଭାଇରସ ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ଦେଶ ମାନଙ୍କ ମଧ୍ୟରେ ବିଶ୍ବରେ ଭାରତର ସ୍ଥାନ 4ର୍ଥରେ ରହିଛି । ରବିବାର ସକାଳ ସୁଦ୍ଧା ଭାରତର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଦେଶରେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 410,461 ଓ ମୃତ୍ୟୁସଂଖ୍ୟା 13,254 ରହିଛି ।
ଦେଶରେ ପ୍ରାୟ ସମସ୍ତ ପ୍ରକାର କୋରୋନା ଭାଇରସ ଲକଡାଉନ କଟକଣା ପ୍ରତ୍ୟାହାର ହେବାପରେ, ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ବୃଦ୍ଧିହେବାରେ ଲାଗିଛି । ଏବେ ଅଧିକ ଅପେକ୍ଷା କରିବାକୁ ହେବ । ଏବେ ଦେଶ କ୍ରିକେଟ ଆରମ୍ଭ ପରିସ୍ଥିତି ନାହିଁ ବୋଲି ଦ୍ରାବିଡ କହିଛନ୍ତି ।