ମାଞ୍ଚେଷ୍ଟର(ୟୁକେ): ଇଂଲଣ୍ଡ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ୱେଷ୍ଟଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡରଙ୍କ ଗୁରୁତ୍ବପୂର୍ଣ୍ଣ ବୟାନ । ହୋଲ୍ଡର କହିଛନ୍ତି ଏହି ଦ୍ବିପାକ୍ଷିକ ସିରିଜ ପୂର୍ବପରି ସାଧାରଣ ସିରିଜ ହେବ ନାହିଁ । କାରଣ ଏହା ଏକ ଭିନ୍ନ ପରିବେଶରେ ଖେଳାଯିବ ।
ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ଗତ ମାର୍ଚ୍ଚ ମାସରୁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ବନ୍ଦ ରହିଛି । ମାତ୍ର ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ସିରିଜ ଦ୍ବାରା କୋରୋନା ପରବର୍ତ୍ତୀ କ୍ରିକେଟର ପୁନଃଆରମ୍ଭ ହେବ।
ଏହି ସିରିଜ ପାଇଁ ଟିମର ସମସ୍ତ ଖେଳାଳିଙ୍କ ଦୃଢ ମନୋବଳ ଓ ସକରାତ୍ମକ ରହିଥିବା କହିଛନ୍ତି ଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର ।
ପ୍ରଥମ ଟେଷ୍ଟ: ଜୁଲାଇ 8-12 (ଏଜିଏସ ବାୱଲ)
2ୟ ଟେଷ୍ଟ: ଜୁଲାଇ 16-20(ଏମିରେଟସ ଓଲ୍ଡ ଟ୍ରାଫର୍ଡ)
2ୟ ଟେଷ୍ଟ: ଜୁଲାଇ 24-28(ଏମିରେଟସ ଓଲ୍ଡ ଟ୍ରାଫର୍ଡ)
ୱେଷ୍ଟଇଣ୍ଡିଜ ଟିମ 'ଜୈବ ସୁରକ୍ଷିତ' ପରିବେଶରେ ରହିବା ସହ ଅଭ୍ୟାସ ଆରମ୍ଭ କରିବ । ଜୈବ ସୁରକ୍ଷିତ ପରିବେଶ ନିୟମ ଅନୁଯାୟୀ ଖେଳାଳିଙ୍କୁ ନିର୍ଦ୍ଦିଷ୍ଟ ଭେନ୍ୟୁରୁ ଯାତ୍ରାଜନିତ କଟକଣା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ