ETV Bharat / sports

PAK vs BAN: ପାକିସ୍ତାନରେ ଟେଷ୍ଟ ମ୍ୟାଚ ଖେଳିବାକୁ ମନାକଲା ବାଂଲାଦେଶ

author img

By

Published : Jan 13, 2020, 11:45 PM IST

ପାକିସ୍ତାନରେ ଟେଷ୍ଟ ମ୍ୟାଚକୁ ଖେଳିବାକୁ ନାଁ କଲା ବାଂଲାଦେଶ । ବାଂଲା ସରକାର ବୋର୍ଡକୁ କେବଳ ସିମିତି ଅବିଧି ପାଇଁ  କ୍ରିକେଟ ଟିମକୁ ପାକିସ୍ତାନ ପଠାଇବାର ଅନୁମତି ଦେଇଛି ।

PAK vs BAN
PAK vs BAN

ଢାକା: ପାକିସ୍ତାନରେ ଟେଷ୍ଟ ମ୍ୟାଚ ଖେଳିବ ନାହିଁ ବାଂଲାଦେଶ । ସ୍ପଷ୍ଟ ଭାବେ ମନା କରିଦେଇଛି ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) । ବିସିବି କହିଛି, ପାକିସ୍ତାନରେ କେବଳ ଟି-20 ମ୍ୟାଚ ଖେଳିବାକୁ ଯିବ ଟିମ ।

ବିସିବି ଅଧ୍ୟକ୍ଷ ନଜମୁଲ ହସନ ଗତ ରବିବାର ଦିନ ବୋର୍ଡ ବୈଠକ ପରେ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ଟେଷ୍ଟ ସିରିଜ ଖେଳିବା ସମ୍ଭବ ନୁହେଁ । ଇରାନ-ଆମେରିକା ମଧ୍ୟରେ ଚାଲିଥିବା ତିକ୍ତତା କାରଣରୁ ମଧ୍ୟପୂର୍ବ ଆଞ୍ଚଳରେ ପରିସ୍ଥିତି ବହୁତ ଖରାପ ରହିଛି । ଏହି କାରଣରୁ ସରକାର ବୋର୍ଡକୁ କେବଳ ସିମିତି ଅବିଧି ପାଇଁ କ୍ରିକେଟ ଟିମକୁ ପାକିସ୍ତାନ ପଠାଇବାର ଅନୁମତି ଦେଇଛି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ସରକାର ଆମମାନଙ୍କୁ କହିଛି ପାକିସ୍ତାନ ଗସ୍ତ କମ୍‌ ଦିନ ପାଇଁ ହେଲେ ବହୁତ ଭଲ । 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳି ଯଥା ଶୀଘ୍ର ଫେରିବାକୁ ସରକାର କହିଛି ।

ଏହାପରେ ପାକିସ୍ତାନ କିନ୍ତୁ ଆଶା ଛାଡି ନାହିଁ । ପିସିବି ବୋର୍ଡ ଏହି ସପ୍ତାହରେ ଦୁବାଇରେ ହେବାକୁ ଥିବା ଆଇସିସି ବୈଠକରେ ବିସିବି ଅଧ୍ୟକ୍ଷଙ୍କୁ ଟେଷ୍ଟ ମ୍ୟାଚ ପାଇଁ ମନେଇବାକୁ ପ୍ରୟାସ କରିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.