ETV Bharat / sports

ଆଗାମୀ 6ସପ୍ତାହ ଧରି ଭାରତର ନ୍ୟୁଜିଲାଣ୍ଡ ଗସ୍ତ, ରବିବାର ଦଳ ଚୟନ - New Zealand Tour of india

ଜାନୁଆରୀ 24ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ 5ଟି ଟି-20, 3ଟି ଦିନିକିଆ ଓ 2ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଏଥିପାଇଁ ରବିବାର ଦଳ ଘୋଷଣା ହେବ । ଅଧିକ ପଢନ୍ତୁ..

new-zealand-tour-of-india-team-selection-tomorrow
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ
author img

By

Published : Jan 11, 2020, 11:59 PM IST

ମୁମ୍ବାଇ: ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି-20 ସିରିଜ ପରେ ନ୍ୟୁଜିଲାଣ୍ଡ ଗସ୍ତ କରିବ ଭାରତ । ଯାହା କି, ଦୀର୍ଘ 6 ସପ୍ତାହ ଧରି ଚାଲିବ । ଜାନୁଆରୀ 24ରୁ ଆରମ୍ଭ ହେଉଥିବା ଏହି ଗସ୍ତରେ ଭାରତ 5ଟି ଟି-20, 3ଟି ଦିନିକିଆ ଓ 2ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଏଥିପାଇଁ ରବିବାର ଦଳ ଘୋଷଣା ହେବ । ତେବେ ଦଳରେ କେଉଁମାନେ ରହିବେ, କେଉଁ ଖେଳାଳିଙ୍କୁ ଗୁରୁତ୍ବ ଦିଆଯିବ । ତାହା ଉପରେ ଏବେ ସମସ୍ତଙ୍କ ନଜର ।

ତେବେ ଫିଟ୍‌ନେସ୍ ଟେଷ୍ଟରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫେଲ ହେବା ପରେ ତାଙ୍କ ଚୟନକୁ ନେଇ ଏବେ ଆଶଙ୍କା ବଢିଯାଇଛି । ସେହିପରି ଟେଷ୍ଟ ସ୍କ୍ବାର୍ଡକୁ ଅଜିଙ୍କ୍ୟ ରାହଣେ ଫେରି ପାରନ୍ତି । ଅନ୍ୟପଟେ କେଦାର ଯାଦବଙ୍କ ସ୍ଥାନକୁ ନେଇ ମଧ୍ୟ ଦ୍ବନ୍ଦ୍ବ ଲାଗି ରହିଛି । ତେବେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟି-20 ବିଶ୍ଵକପ୍ ଆୟୋଜନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଚୟନକର୍ତ୍ତାଙ୍କ ଧ୍ୟାନ ସୀମିତ ଓଭର ପାଇଁ ଦଳ ଚୟନ ଉପରେ ରହିବ ।

ନ୍ୟୁଜିଲାଣ୍ଡରେ ଭାରତୀୟ ଦଳ ସୀମିତ ଓଭରରେ 8ଟି ମ୍ୟାଚ୍ ଖେଳିବ। ଫଳରେ ଚୟନକର୍ତ୍ତାଙ୍କୁ 15 ପରିବର୍ତ୍ତେ 16 କିମ୍ବା 17 ଜଣିଆ ଦଳ ଚୟନ କରିବାକୁ ପଡ଼ିପାରେ । ଭାରତ-ଏ ଦଳର ଗସ୍ତ ଜାତୀୟ ଦଳ ସହିତ ମଧ୍ୟ ହେଉଛି । ତେଣୁ ଚୟନକର୍ତ୍ତାଙ୍କ ପାଖରେ ଆବଶ୍ୟକ ପଡ଼ିଲେ ଖେଳାଳିଙ୍କୁ ତୁରନ୍ତ ଜାତୀୟ ଦଳରେ ସାମିଲ କରିବାର ବିକଳ୍ପ ରହିବ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.