ETV Bharat / sports

ଇଣ୍ଡିଜ ବିପକ୍ଷରେ ନ୍ୟୁଜିଲାଣ୍ଡର ଟେଷ୍ଟ ସିରିଜ ମୂଳପୋଛ

ୱେଷ୍ଟଇଣ୍ଡିଜ ବିପକ୍ଷ 2 ଟିକିଆ ଟେଷ୍ଟ ସିରିଜକୁ 2-0ରେ ମୂଳପୋଛ କଲା ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ..

New Zealand beats West Indies in 2nd test, sweeps series 2-0
ଇଣ୍ଡିଜ ବିପକ୍ଷରେ ନ୍ୟୁଜିଲାଣ୍ଡର ଟେଷ୍ଟ ସିରିଜ ମୂଳପୋଛ
author img

By

Published : Dec 14, 2020, 7:36 PM IST

ୱେଲିଂଟନ: ୱେଷ୍ଟଇଣ୍ଡିଜ ବିପକ୍ଷ 2 ଟିକିଆ ଟେଷ୍ଟ ସିରିଜକୁ 2-0ରେ ମୂଳପୋଛ କଲା ନ୍ୟୁଜିଲାଣ୍ଡ । ଦ୍ବିତୀୟ ଟେଷ୍ଟକୁ ଗୋଟିଏ ଇଂନିସ ଓ 12ରନରେ ଜିତିନେଇଛି କିୱି ଦଳ । ହେନରୀ ନିକୋଲାସ ଅନ୍ତର୍ଜାତୀୟ କ୍ୟାରିୟରର ଶ୍ରେଷ୍ଠ 174 ରନର ଇଂନିସ ଖେଳିବା ସହ ପ୍ଲେଆର ଅଫ ଦ ମ୍ୟାଚ ହୋଇଛନ୍ତି ।

New Zealand beats West Indies in 2nd test, sweeps series 2-0
ହେନରୀ ନିକୋଲାସ

ୱେଷ୍ଟଇଣ୍ଡିଜ ମ୍ୟାଚର 4ର୍ଥ ଦିନ 244-6ରୁ ଅସମାପ୍ତ ଦ୍ବିତୀୟ ଇଂନିସ ଆରମ୍ଭ କରିଥିଲା । ତେବେ 317 ରନରେ ଭ୍ରମଣକାରୀ ଇଣ୍ଡିଜ ଦଳ ସମସ୍ତ ୱିକେଟ ହରାଇଥିଲା । ପରେ ସୋମବାର ବର୍ଷା ଯୋଗୁଁ ମ୍ୟାଚ ଆରମ୍ଭରେ କିଛି ସମୟ ବିଳମ୍ବ ହୋଇଥିଲା । ତେବେ ନ୍ୟୁଜିଲାଣ୍ଡ ପ୍ରଭାବୀ ପ୍ରଦର୍ଶନ ସହ ଏକତରଫା ମ୍ୟାଚ ଜିତିନେଇଛି ।

ଟିମ ସାଉଦୀ ଘାତକ ବୋଲିଂ ସହ 7ଟି ୱିକେଟ ଅକ୍ତିଆ କରିଥିଲେ । ଏଥିସହ ସାଉଦୀଙ୍କ ମୋଟ ଟେଷ୍ଟ ୱିକେଟ 296ରେ ପହଞ୍ଚିଛି । ଫଳରେ ରିଚାର୍ଡ ହାଡଲି ଓ ଡାନିଏଲ ଭିଟୋରୀଙ୍କ ପରେ ତୃତୀୟ ନ୍ୟୁଜିଲାଣ୍ଡ ବୋଲର ଭାବେ 300 ୱିକେଟର ନିକଟତର ହୋଇଛନ୍ତି ।

ଏହି ସିରିଜ ପରେ ନ୍ୟୁଜିଲାଣ୍ଡ 116 ପଏଣ୍ଟ ହାସଲ କରି ଅଷ୍ଟ୍ରେଲିଆ ସହ ଆଇସିସି ବିଶ୍ବ ଟେଷ୍ଟ ରାକିଂର ସମକକ୍ଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.