ETV Bharat / sports

ପ୍ରଥମ ଟି 20ରେ ଅଷ୍ଟ୍ରେଲିଆକୁ ହରାଇଲା ନ୍ୟୁଜିଲାଣ୍ଡ - ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ

ଅଷ୍ଟ୍ରେଲିଆକୁ 53 ରନରେ ହରାଇ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜରେ 1-0ରେ ଆଗୁଆ ହୋଇଛି ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ...

New Zealand beats Australia by 53 runs in 1st T20
ପ୍ରଥମ ଟି20ରେ ଅଷ୍ଟ୍ରେଲିଆକୁ ହରାଇଲା ନ୍ୟୁଜିଲାଣ୍ଡ
author img

By

Published : Feb 22, 2021, 5:57 PM IST

ଖ୍ରୀଷ୍ଟଚର୍ଚ୍ଚ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି20ରେ ବାଜି ମାରିନେଇଛି ନ୍ୟୁଜିଲାଣ୍ଡ । କଙ୍ଗାରୁ ଟିମକୁ 53 ରନରେ ହରାଇ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜରେ 1-0ରେ ଆଗୁଆ ହୋଇଛି ନ୍ୟୁଜିଲାଣ୍ଡ । ଡେଭନ କନୱେଙ୍କ ଅପରାଜିତ 99 ରନ ବଳରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି 185 ରନ କରିଥିଲା । ପରେ ଇସ୍‌ ସୋଧୀ, ଟ୍ରେଣ୍ଟ ବୋଲ୍ଟ ଓ ଟିମ ସାଉଦୀ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ 131ରନରେ ଅଟକାଇଥିଲେ ।

ସାଉଦୀ ଓ ବୋଲ୍ଟ ଦୁଇଟି ଲେଖାଁ ୱିକେଟ ହାସଲ କରିଥିଲେ । ଅନ୍ୟପଟେ ସୋଧୀ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ 28 ବ୍ୟୟରେ 4ଟି ୱିକେଟ ଦଖଲ କରିଛନ୍ତି ।

New Zealand beats Australia by 53 runs in 1st T20
ପ୍ରଥମ ଟି20ରେ ଅଷ୍ଟ୍ରେଲିଆକୁ ହରାଇଲା ନ୍ୟୁଜିଲାଣ୍ଡ

ପ୍ରମୁଖ ଖେଳାଳିଙ୍କ ବିନା ଖେଳିବା ଅଷ୍ଟ୍ରେଲିଆକୁ ମହଙ୍ଗା ପଡିଛି । ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣର ଓ ପାଟ କମିନ୍ସ ଚୂଡାନ୍ତ ଏକାଦଶରେ ନଥିଲେ । କ୍ୟାପଟେନ ଆରୋନ ଫିଞ୍ଚଙ୍କ ସହ ମାଥ୍ୟୁ ୱେଡ ଓପନିଂ କରିଥିଲେ ।

ସଂକ୍ଷିପ୍ତ ସ୍କୋର: 20ଓଭରରେ ନ୍ୟୁଜିଲାଣ୍ଡ 184/5 ( ଡେଭନ କନୱେ ଅପରାଜିତ 99, ଗ୍ଳେନ ଫିଲପସ 0; ଜୋଏ ରିଚାର୍ଡସନ 2/31) ବିଜୟୀ, ଅଷ୍ଟ୍ରେଲିଆ 131 ଅଲଆଉଟ, 17.3 ଓଭର(ମିଚେଲ ମାର୍ଶ 45, ଆଷ୍ଟନ ଅଗର 23; ଇସ ସୋଧୀ 4/28)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.