ETV Bharat / sports

19 ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ନ୍ୟୁଜିଲାଣ୍ଡ ଯିବନି ବାଂଲାଦେଶ - କ୍ରିକେଟ ଟୁର୍ଣ୍ଣାମେଣ୍ଟ

19 ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖଳିବାକୁ ନ୍ଯୁଜିଲାଣ୍ଡ ଯିବନି ବାଂଲାଦେଶ ଟିମ। ନିକଟରେ ନ୍ୟିଜିଲାଣ୍ଡରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏହି ଗସ୍ତକୁ ବାତିଲ କରିଛି ବାଂଲାଦେଶ ।

ଫାଇଲ ଫଟୋ
author img

By

Published : Apr 1, 2019, 7:09 PM IST

ହାଇଦ୍ରାବାଦ: 19 ବର୍ଷରୁ କମକ୍ରିକେଟ ଟୁର୍ଣ୍ଣାମେଣ୍ଟ ଖଳିବାକୁ ନ୍ଯୁଜିଲାଣ୍ଡ ଯିବନି ବାଂଲାଦେଶ ଟିମ। ନିକଟରେ ନ୍ୟିଜିଲାଣ୍ଡରେ ହୋଇଥିବା ଆତଙ୍କବାଦୀଆକ୍ରମଣ ପରେ ଏହି ଗସ୍ତକୁ ବାତିଲ କରିଛି ବାଂଲାଦେଶ । ଉଭୟ ଦେଶର ସହମତି କ୍ରମେ ମ୍ୟାଚ ସ୍ଥଗିତ ରଖାଯାଇଛି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

new zealand, bangladesh, under 19 cricket,
ଫାଇଲ ଫଟୋ

ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ (ଏନ୍‌ସିବି) ଅଧ୍ୟକ୍ଷ ଗ୍ରେଗ ବାରକ୍ଲେଙ୍କ ସୂଚନାନୁସାରେ, 19 ବର୍ଷରୁ କମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନେଇ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ସହ ଆଲୋଚନା ସରିଛି । ବର୍ତ୍ତମାନର ପରିସ୍ଥିତି ଯୁବ ଖେଳାଳିଙ୍କଉପରେ ପ୍ରଭାବ ପକେଇବାର ସମ୍ଭାବନା ରହିଛି । ଯେଉଁଥି ପାଇଁ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ବାତିଲ କରାଯାଇଛି।

ସେ ପୁଣି କହିଛନ୍ତି ଯେ, ଏନ୍‌ସିବି ନୁହଁ, ବିସିବିର ନିଷ୍ପତ୍ତିକୁ ସମ୍ମାନ ଜଣାଇ ମ୍ୟାଚ ବାତିଲ କରାଯାଇଛି। ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ଏକ ଭଲ ସମ୍ପର୍କ ରହିଛି। ସେହି ସମ୍ପର୍କକୁ କ୍ରିକେଟ ଆହୁରି ଦୃଢ କରିବ ବୋଲି ଗ୍ରେଗ୍ କହିଛନ୍ତି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ ନ୍ୟୁଜିଲାଣ୍ଡର ଦୁଇଟି ମସଜିଦରେ ଆତଙ୍କୀ ହାମଲା ହୋଇଥିଲା। ଏହି ଆକ୍ରମଣରେ 50 ଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଆହତ ହୋଇଥିଲେ। ଏପରିକିସେହି ଆକ୍ରମଣର ଶିକାର ହେବାରୁ ଅଳ୍ପକେ ବର୍ତ୍ତିଯାଇଥିଲା ବାଂଲାଦେଶ କ୍ରିକେଟ ଟିମ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.