ETV Bharat / sports

ବିସିସିଆଇର ନୂଆ ଦଳ: ଆସନ୍ତା 23ରେ 'ଦାଦା' ବନିବେ ବସ୍‌

author img

By

Published : Oct 15, 2019, 10:39 AM IST

ଆସନ୍ତା 23 ତାରିଖରେ ଆନୁଷ୍ଠାନିକ ଭାବେ ଘୋଷଣା ହେବ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଅଧିକାରୀ ଦଳ । ଅପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ଚୟନ ହୋଇଛନ୍ତି ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଚୁଡାନ୍ତ ହୋଇସାରିଛି ବିସିସିଆଇର ନୂଆ ଟିମ । ଆସନ୍ତା 23 ତାରିଖରେ ଆନୁଷ୍ଠାନିକ ଭାବେ ଘୋଷଣା ହେବ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଅଧିକାରୀ ଦଳ । ଅପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ଚୟନ ହୋଇଛନ୍ତି ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ସେହିପରି ସମ୍ପାଦକ ପଦ ପାଇଁ ଅମିତ ଶାହାଙ୍କ ପୁଅ ଜୟ ଶାହା, ଯୁଗ୍ମ ସମ୍ପାଦକ ପଦ ପାଇଁ ଜୟେଶ ଜର୍ଜ, କୋଷାଧ୍ୟକ୍ଷ ଅରୁଣ ଧୂମାଲ ଓ ଆଇପିଏଲ ଅଧକ୍ଷ ପଦ ପାଇଁ ବ୍ରିଜେଶ ପଟେଲ ।

ବିସିସିଆଇର ନୂଆ ଦଳ-

ସଭାପତି ସୌରଭ ଗାଙ୍ଗୁଲି
ସମ୍ପାଦକ ଜୟ ଶାହା
ଯୁଗ୍ମ ସମ୍ପାଦକ ଜୟେଶ ଜର୍ଜ
କୋଷାଧ୍ୟକ୍ଷ ଅରୁଣ ଧୁମାଲ
ଆଇପିଏଲ ଅଧକ୍ଷ ବ୍ରିଜେଶ ପଟେଲ

ତେବେ ଗତକାଲି(ସୋମବାର) ଅପରାହ୍ନ 3ଟା ଏମାନେ ନାମଙ୍କନ ପତ୍ର ଭରିଛନ୍ତି। ଆସନ୍ତା 23 ତାରିଖରେ କମିଟି ଅଫ ଆଡମିନିଷ୍ଟ୍ରେସନ (ସିଓଏ)ର ଚୂଡାନ୍ତ ବୈଠକ ବସିବା ପରେ ଆନୁଷ୍ଠାନିକ ଭାବେ ଏମାନଙ୍କ ନାମ ପ୍ରକାଶ ପାଇବ । ଏହା ପରେ ନୂଆ ସଭାପତି ଦାୟିତ୍ବ ନେବେ ଦାଦା । ତେବେ ଦାଦା 2ୟ ଭାରତୀୟ ଅଧିନାୟକ ଭାବେ ବିସିସିଆଇର ସଭାପତି ପଦ ଅଳଙ୍କୃତ କରିବେ । ତାଙ୍କ ପୂର୍ବରୁ ବିଜୟନଗରମର ମହାରାଜ କୁମାର ପ୍ରଥମ ଭାରତୀୟ ଅଧିନାୟକ ଭାବେ 1954 ମସିହାରେ ଏହି ପଦରେ ବସିଥିଲେ । ସେହିପରି 2014ରେ ଅନ୍ୟତମ ଭାରତୀୟ ଅଧିନାୟକ ତଥା ସୁନୀଲ ଗାଭାସ୍କର ଅନ୍ତରୀଣ ସଭାପତି ପଦରେ ରହିଥିଲେ ।

ତେବେ ବିସିସିଆଇର ସଭାପତି ପଦରେ ବସିବା ପରେ ଦାଦା ସଭାପତିର ଦ୍ବିମୁକୁଟ ପିନ୍ଧିବେ । କାରଣ ଚଳିତ ବର୍ଷ ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ଭାବେ ନିର୍ବଚିତ ହୋଇଛନ୍ତି ଗାଙ୍ଗୁଲି । ସେହିପରି 2015ରେ ସେ ସିଏବି ସଭାପତି ରହିସାରିଛନ୍ତି । ଫଳରେ ପ୍ରଶାସନିକ ଦିଗରେ ତାଙ୍କର ଅଭିଜ୍ଞତା ଅଧିକ ରହିଛି । ଅନ୍ୟପଟେ ଲୋଧା କମିଟର କଟକଣା ପାଇଁ ଗାଙ୍ଗୁଲି ମାତ୍ର 10 ମାସ ଦାୟିତ୍ବରେ ରହିବେ ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

ତେବେ ଆସନ୍ତା 23 ତାରିଖରେ ହେବାକୁ ଥିବା ବିସିସିଆଇ ନିର୍ବାଚନ ପାଇଁ ଗାଙ୍ଗୁଲି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ତେଣୁ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବେ । ଅନ୍ୟପଟେ ଅକ୍ଟୋବର 14 ଅର୍ଥାତ୍ ସୋମବାର ଥିଲା ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ତାରିଖ । ଅନ୍ୟପଟେ ଗାଙ୍ଗୁଲିଙ୍କୁ ସଭାପତି କରାଯିବା ନେଇ ହାଇଡ୍ରାମା ଦେଖିବାକୁ ମିଳିଥିଲା । ରବିବାର ଏକ ପଞ୍ଚତାରକା ହୋଟେଲରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡର ବୈଠକ ବସିଥିଲା । ଏହି ବୈଠକରେ ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର ଓ ଏନ୍ ଶ୍ରୀନିବାସନ୍ ସାମ୍ନାସାମ୍ନି ଥିଲେ । ବୈଠକରେ ଅଧ୍ୟକ୍ଷ ପଦକୁ ନେଇ ଅନେକ ତର୍କବିତର୍କ ଚାଲିଥିଲା । ଅଧ୍ୟକ୍ଷ ପଦ ପାଇଁ ଗୋଟିଏ ପଟେ ଶ୍ରୀନିବାସନଙ୍କ ସମର୍ଥନ ପ୍ରାପ୍ତ ପୂର୍ବତନ କ୍ରିକେଟର୍ ବ୍ରିଜେଶ ପଟେଲ୍ ଥିବା ବେଳେ ଅନ୍ୟପଟେ ଗାଙ୍ଗୁଲିଙ୍କ ନାମ ଅନୁରାଗ ଠାକୁର ସୁପାରିସ୍‌ କରିଥିଲେ । ତେବେ ଶେଷରେ ବ୍ରିଜେଶଙ୍କୁ ଆଇପିଏଲ୍ ଚେୟାରମ୍ୟାନ୍ କରିବା ନେଇ ନିଷ୍ପତ୍ତି ହୋଇଥିଲା ।

ମିଳିଥାବା ଖବର ଅନୁଯାଇ, ଶନିବାର ଶ୍ରୀନିବାସନ୍ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ସାକ୍ଷାତ କରି ବ୍ରିଜେଶ୍ ପଟେଲଙ୍କ ନାଁ ସୁପାରିସ କରିଥିଲେ । ଅନ୍ୟପଟେ ଗାଙ୍ଗୁଲି ମଧ୍ୟ ଅମିତ୍ ଶାହଙ୍କୁ ସାକ୍ଷାତ କରି ବିସିସିଆଇର ବସ୍ ହେବା ନେଇ ନିଜର ଇଚ୍ଛା ଜାହିର୍ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.