ETV Bharat / sports

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ଜିତିଲା ପାକିସ୍ତାନ

author img

By

Published : Jan 29, 2021, 5:34 PM IST

ଯୁବ ବାମହାତୀ ସ୍ପିନର ନାଉମାନ ଅଲୀଙ୍କ ଘାତକ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ସହ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ରେ ଆଗୁଆ ହୋଇଛି ପାକିସ୍ତାନ । ଅଧିକ ପଢନ୍ତୁ...

Nauman, Fawad star as Pakistan thrash Proteas in 1st Test
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ଜିତିଲା ପାକିସ୍ତାନ

କରାଚୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ 7 ୱିକେଟରେ ଜିତିନେଇଛି ପାକିସ୍ତାନ । ଯୁବ ବାମହାତୀ ସ୍ପିନର ନାଉମାନ ଅଲୀଙ୍କ ଘାତକ ପ୍ରଦର୍ଶନ ବଳରେ ପ୍ରଥମ ଟେଷ୍ଟରେ ବିଜୟ ସହ ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ 1-0ରେ ଆଗୁଆ ହୋଇଛି ଘରୋଇ ପାକିସ୍ତାନ ।

ନାଉମାନ ଚମତ୍କାର ବୋଲିଂ ସହ 5 ୱିକେଟ ଓ ୟାସିର ସାହ 4ଟି ୱିକେଟ ଅକ୍ତିଆର କରିବାସହ ଭ୍ରମଣକାରୀ ଦଳକୁ ଦ୍ବିତୀୟ ଇଂନିସରେ 245 ରନରେ ରୋକିଥିଲେ । ଫଳରେ ପାକିସ୍ତାନ ସାମ୍ନାରେ 88 ରନର ବିଜୟ ଲକ୍ଷ୍ୟ ରହିଥିଲା । ଏହାକୁ ଇମ୍ରାନ ବଟ୍ଟ(12), ଆବିଦ ଅଲୀ(10) ଓ କ୍ୟାପଟେନ ବାବାର ଆଜମ(30)ଙ୍କ ୱିକେଟ ହରାଇ ହାସଲ କରିନେଇଥିଲା ।

187 ରନରୁ ଅସମାପ୍ତ ଦ୍ବିତୀୟ ଇଂନିସ ସ୍କୋରରୁ ଖେଳ ଆରମ୍ଭ କରି ମାତ୍ର 58 ରନ ଯୋଡିବା ପରେ ସମସ୍ତ ୱିକେଟ ହରାଇଥିଲା । ଦଳ ପକ୍ଷରୁ ଆଡନ ମାକ୍ରମ 74 ଓ ରସି ଭାନ ଡର ଡସନ 64 ରନର ଇଂନିସ ଖେଳିଥିଲେ । ମାତ୍ର ଅନ୍ୟ କୌଣସି ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ବେଶୀ ସମୟରେ ତିଷ୍ଠି ପାରିନଥିଲେ ।

ପୂର୍ବରୁ ଦକ୍ଷିଣ ଆଫ୍ରିକା ପ୍ରଥମ ଇଂନିସରେ 220 ରନରେ ଅଲଆଉଟ ହେବାପରେ, ଜବାବରେ ପାକିସ୍ତାନ 378 ରନ କରିଥିଲା । ଫଳରେ ଘରୋଇ ଦଳକୁ 158 ରନର ଉପଯୋଗୀ ଅଗ୍ରଣୀ ମିଳିଥିଲା । ଫୱାଦ ଆଲାମ ଦମଦାର ଶତକୀୟ ଇଂନିସ(109) , ଫହୀମ ଅସରଫ 64 ଓ କ୍ୟାପଟେନ ବାବାର ଆଜମ 51 ରନର ଇଂନିସ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.