ହାଇଦ୍ରାବାଦ: ନୂଆ ଅବତାରରେ ନଜର ଆସିଛନ୍ତି, ଭାରତୀୟ ଦ୍ରୁତ ବୋଲର ଟି. ନଟରାଜନ । ନିଜର ମସ୍ତକ ଲଣ୍ଡିତ କରିଛନ୍ତି ନଟରାଜନ। ଏକ ମନ୍ଦିର ସାମ୍ନାରେ ଛିଡା ହୋଇଥିବା ଏକ ଫଟୋ ମଧ୍ୟ ସେ ଟ୍ବିଟ କରିଛନ୍ତି । ଏଥିସହ ଇଶ୍ବରଙ୍କ ଉଦ୍ଦେଶ୍ୟରେ ସମ୍ମାନର ପ୍ରତୀକ ଭାବେ ଏକ ସଙ୍କେତ ରଖିଛନ୍ତି ।
-
Feeling blessed 🙏🏾 pic.twitter.com/1zKKDS8RZb
— Natarajan (@Natarajan_91) January 31, 2021 " class="align-text-top noRightClick twitterSection" data="
">Feeling blessed 🙏🏾 pic.twitter.com/1zKKDS8RZb
— Natarajan (@Natarajan_91) January 31, 2021Feeling blessed 🙏🏾 pic.twitter.com/1zKKDS8RZb
— Natarajan (@Natarajan_91) January 31, 2021
ଜଣେ କ୍ରିକେଟର ଭାବେ ଗତ କିଛି ମାସ ଏହି ତାମିଲନାଡୁ ବୋଲରଙ୍କ ପାଇଁ ସ୍ବପ୍ନ କରି ହୋଇଛି । ଅନେକ କ୍ରିକେଟର ନିଜର ସଂପୂର୍ଣ୍ଣ କ୍ୟାରିୟର ମଧ୍ୟରେ ଯାହା କରିବାକୁ ସ୍ବପ୍ନ ଦେଖିଥାନ୍ତି, ନଟରାଜନଙ୍କୁ ସେ ସମସ୍ତ ସୁଯୋଗ ମିଳିଛି ମାତ୍ରା ଗୋଟିଏ ଗସ୍ତରେ । ନେଟ୍ ବୋଲର ଭାବେ ଭାରତୀୟ କ୍ରିକେଟର ଟିମର ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ ନଟରାଜନ । ମାତ୍ର ଗସ୍ତ ଶେଷ ହେବାବେଳକୁ ସମସ୍ତ ଫର୍ମାଟରେ ଦେଶକୁ ପ୍ରତିନିଧିତ୍ବ କରିଥିବା ଖେଳାଳି ହୋଇସାରିଛନ୍ତି । ଗାବା ଟେଷ୍ଟରେ ଡେବ୍ୟୁ କରିଥିଲେ ନଟରାଜନ । ପ୍ରମୁଖ ଖେଳାଳିଙ୍କ ଆହତ ସମସ୍ୟା ଏହି ଯୁବ ବୋଲରଙ୍କ ପାଇଁ ସୁଯୋଗ ହୋଇଥିଲା । ପ୍ରଥମ ଟେଷ୍ଟରେ ମାର୍ନସ ଲବୁସାନ ଓ ମାଥ୍ୟୁଙ୍କ ୱିକେଟ ସହ 3ଟି ୱିକେଟ ହାତେଇଥିଲେ ।
ପୂର୍ବରୁ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ମଧ୍ୟ 2011 ବିଶ୍ବକପ ବିଜୟ ପରେ ଲଣ୍ଡା ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ