ETV Bharat / sports

ମା'ଙ୍କ ଉଦେଶ୍ୟରେ ବିଜୟୀ ବରୋଦା ବୋଲର ମୁରୁଗାନଙ୍କ ଭାବୁକଭରା ପୋଷ୍ଟ

author img

By

Published : Feb 3, 2021, 6:34 AM IST

ତାମିଲନାଡୁ ଲେଗ ସ୍ପିନର ମୁରୁଗାନ ଅଶ୍ବିନ ନିଜର ସ୍ବର୍ଗବାସୀ ମା'ଙ୍କ ପାଇଁ ଏକ ଭାବୁକଭରା ପୋଷ୍ଟ । ଅଧିକ ପଢନ୍ତୁ...

Murugan Ashwin posts an emotional note for his late mother
ମା'ଙ୍କ ଉଦେଶ୍ୟରେ ବିଜୟୀ ବରୋଦା ବୋଲର ମୁରୁଗାନଙ୍କ ଭାବୁକଭରା ପୋଷ୍ଟ

ଚେନ୍ନାଇ: ତାମିଲନାଡୁ ଲେଗ ସ୍ପିନର ମୁରୁଗାନ ଅଶ୍ବିନ ନିଜର ସ୍ବର୍ଗବାସୀ ମା'ଙ୍କ ପାଇଁ ଏକ ଭାବୁକଭରା ପୋଷ୍ଟ ଲେଖିଛନ୍ତି । ମା'ଙ୍କ ସହ ପିଲାଦିନର ଏକ ଫଟୋ ସେୟାର କରିଛନ୍ତି ମୁରୁଗାନ । 31 ଜାନୁଆରୀରେ ତାମିଲନାଡୁ ବରୋଦାକୁ 7 ୱିକେଟରେ ହରାଇ ସୟଦ ମୁସ୍ତାକ ଅଲୀ ଟ୍ରଫି ବିଜେତା ହୋଇଛି ।

ଏହା ତାମିଲନାଡୁର ଦ୍ବିତୀୟ ମୁସ୍ତାକ ଅଲୀ ଟ୍ରଫି ବିଜୟ । ପ୍ରଥମ ବ୍ୟାଟିଂ କରି ବରୋଦା 9 ୱିକେଟ ହରାଇ 120 ରନ ସଂଗ୍ରହ କରିଥିଲା । ପରେ ଦିନେଶ କାର୍ତ୍ତିକଙ୍କ ଟିମ ସହଜରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ଏହି ଟୁର୍ଣ୍ଣାମେଣ୍ଟରେ 8ଟି ମ୍ୟାଚ ଖେଳି ଅଶ୍ବିନ 10ଟି ୱିକେଟ ହାସଲ କରିଛନ୍ତି । ମାତ୍ର ବରୋଦା ବିଜୟର ଖୁସି ନିଜ ମା' ଙ୍କ ସହ ମନାଇ ପାରିନଥିଲେ ଅଶ୍ବିନ । କାରଣ ଗତମାସରେ ତାଙ୍କ ମାତୃ ବିୟୋଗ ହୋଇଥିଲା । ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ମା'ଙ୍କ ଉଦ୍ଦେଶ୍ୟରେ ଏକ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.