ETV Bharat / sports

'ନିଜକୁ ଧୋନିଙ୍କ ସହ ତୁଳନା କର ନାହିଁ' - dhoni latest news

ଭାରତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ କ୍ରିକେଟର ଋଷିଭ ପନ୍ତଙ୍କୁ ଏକ ଉପଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ନିଜକୁ କେବେ ଧୋନିଙ୍କ ସହ ତୁଳନା କର ନାହିଁ । ନିଜର କ୍ଷମତା ଉପରେ ବିଶ୍ବାସ ରଖିବା ଉଚିତ୍‌ ।

rishabh pant , cricket
cricket
author img

By

Published : Nov 28, 2019, 1:28 PM IST

ମୁମ୍ବାଇ: ଭାରତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ କ୍ରିକେଟର ଋଷଭ ପନ୍ତଙ୍କୁ ନେଇ ଏକ ବୟାନ ଦେଇଛନ୍ତି । ପନ୍ତ ନିଜକୁ ଧୋନିଙ୍କ ଉତ୍ତରାଧିକାରୀ ଭାବୁଛନ୍ତି । ଫଳରେ ସେ ଚାପରେ ରହୁଛନ୍ତି ।

ଭଲ ଫର୍ମରେ ନଥିବା ପନ୍ତଙ୍କୁ ନେଇ ପ୍ରସାଦ କହିଛନ୍ତି ଯେ, ଏହି ଖେଳାଳି ନିଜର ଫର୍ମକୁ ଫେରିବା ପାଇଁ ବେଲେ ନିଜର 'ଅବଶ୍ବସନୀୟ ପ୍ରତିଭା'ର ସାହାରା ନେବାକୁ ପଡିବ । କିଛି ଦିନ ପୂର୍ବରୁ କ୍ରିକେଟର ସବୁ ଫର୍ମାଟର ଓ୍ବିକେଟ କିପର ହେବା ପାଇଁ ସମସ୍ତଙ୍କ ପ୍ରଥମ ପସନ୍ଦ ଥିଲେ ପନ୍ତ । କିନ୍ତୁ ଏବେ ସେ ଫର୍ମରେ ନାହାଁନ୍ତି ।

ତେବେ ଟିମର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ପନ୍ତଙ୍କୁ ନେଇ ଆଲୋଚନା କରିବାକୁ ମନା କରିଥିଲେ । ସେ କହିଥିଲେ ଯେ, ତାଙ୍କୁ ଏକୁଟିଆ ଛାଡି ଦିଅ । ତାଙ୍କୁ ବିନା ଚାପରେ ଖେଳିବାକୁ ଦିଅ । ସେହିପରି ମହାନ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି ଯେ, ଭାରତ ପାଇଁ ଖେଳିଲେ ଚାପରେ ନିଶ୍ଚିତ ରହିବେ ।

ଏପଟେ ପ୍ରସାଦ କହିଛନ୍ତି ଯେ, ମୁଁ ରୋହିତ ଓ ସୁନୀଲ ସାର୍‌ଙ୍କ କଥାରେ ସହମତ ଅଛି । ପନ୍ତଙ୍କୁ ଫର୍ମକୁ ଆସିବାକୁ ହେଲେ କିଛି ଭଲ ପାଳି ଖେଲିବାକୁ ପଡିବ । ଟିମ୍‌ର ପ୍ରବନ୍ଧକଙ୍କ ସହ ଆଲୋଚନା କରିଛି ଓ ସେମାନେ କହିଛନ୍ତି ଯେ, ପନ୍ତଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ କିପରି ଫେରିପାଇବ ସେ ନେଇ ଚେଷ୍ଟା ଜାରି ରଖିଛୁ ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ପନ୍ତଙ୍କୁ ଅନୁଭବ ହେବା କଥା କି ନିଜର ଏକ ପରିଚୟ ଅଛି । ନିଜକୁ କେବେ ବି ଏମଏସ ଧୋନିଙ୍କ ସହ ତୁଳନା କରିବା କଥା ନୁହେଁ । ମତେ ଲାଗୁଛି ତାଙ୍କ ମୁଣ୍ଡରେ ଏପରି ହିଁ ଚାଲୁଛି । ଧୋନି 15ବର୍ଷ ହେବ ଖେଳି କ୍ରିକେଟ ଇତିହାସରେ ନିଜର ଏକ ଛବି ବନାଇଛନ୍ତି । ତାଙ୍କର ଅନୁଭବ ଓ ଆତ୍ମବିଶ୍ବାସ ଉଭୟ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଖୁବ ସାନଦାର ରହିଛି । ତେଣୁ ଜଣେ ମହାନ ଖେଳାଳିଙ୍କ ତୁଳନା ନିଜ ସହ କଲେ ଚାପରେ ହିଁ ରହିବେ । ବ୍ୟକ୍ତିଗତ ଭାବେ ମତେ ଲାଗୁଛି ଯେ ପନ୍ତଙ୍କ ପାଖରେ ପ୍ରତିଭା ଭରି ରହିଛି । ତାଙ୍କୁ ନିଜର କ୍ଷମତା ଉପରେ ବିଶ୍ବାସ ହେବା ଉଚିତ୍‌ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.