ETV Bharat / sports

ଧୋନିଙ୍କ ରିପୋର୍ଟ ନେଗେଟିଭ, ସିଏସକେ ଶିବିରିରେ ହେବେ ସାମିଲ

author img

By

Published : Aug 14, 2020, 2:59 PM IST

ସିଏସକେ ଟିମର ଅଧିନାୟ ଏମଏସ ଧୋନି ଓ ସାଥି ଖେଳାଳି ମୋନୁ ସିଂ ବୁଧବାର ଦିନ କୋରୋନା ଟେଷ୍ଟ କରାଇଥିଲେ । ଉଭୟଙ୍କ ରିପୋର୍ଟ ନେଗେଟିଭ ଆସିଛି । ଯାହା ସମସ୍ତ ପ୍ରଶଂସକଙ୍କ ପାଇଁ ଖୁସିର ଖବର ।

dhoni
dhoni

ହାଇଦ୍ରାବାଦ: କୋଭିଡ-19 କାରଣରୁ ଚଳିତବର୍ଷ ଆଇପିଏଲର ଆୟୋଜନ 19 ସେପ୍ଟେମ୍ବରରୁ 10ନଭେମ୍ବର ଯାଏଁ ୟୁଏଇରେ ଆୟୋଜନ ହେବ । ତେବେ ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ଖେଳାଳିଙ୍କ କୋରୋନା ଟେଷ୍ଟ ବାଧ୍ୟତାମୂଳକ କରିଛି ବିସିସିଆଇ । ଏହି କ୍ରମରେ ସିଏସକେ ଟିମର ଅଧିନାୟ ଏମଏସ ଧୋନି ଓ ସାଥି ଖେଳାଳି ମୋନୁ ସିଂ ବୁଧବାର ଦିନ କୋରୋନା ଟେଷ୍ଟ କରାଇଥିଲେ ।

ତେବେ ଗୁରୁବାର ଉଭୟଙ୍କ ରିପୋର୍ଟ ନେଗେଟିଭ ଆସିଛି । ଯାହା ସମସ୍ତ ପ୍ରଶଂସକଙ୍କ ପାଇଁ ଖୁସିର ଖବର । ଏବେ ମାହି ଚେନ୍ନାଇ ସୁପର କିଙ୍ଗ୍ସ ଟ୍ରେନିଙ୍ଗ କ୍ୟାମ୍ପରେ ସାମିଲ ହେବେ । ଆସନ୍ତକାଲି ଠାରୁ ଅର୍ଥାତ ଅଗଷ୍ଚ 15ରୁ ଏହି ଅଭ୍ୟାସ ଶିବିର ଆରମ୍ଭ ହେବ ।

ଅନ୍ୟପଟେ ବିସିସିଆଇର ଏସଓପି ଅନୁସାରେ ଖେଳାଳିମାନେ ଚେନ୍ନାଇ ପହଞ୍ଚିବା ପରେ ପୁଣି ସେମାନଙ୍କ ଆଉଥରେ କୋରୋନା ଟେଷ୍ଟ କରାଯିବ ।

ଏକ ଫ୍ରାଞ୍ଚାଇଜ ଦଳ ମିଡିଆକୁ ସୂଚନା ଦେଇଛି ଯେ, ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଗୋଟିଏ ମେଲ ପଠାଇଛି । ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, କୌଣସି ଦଳ 20 ଅଗଷ୍ଟ ପୂର୍ବରୁ ୟୁଏଇ ଗସ୍ତ କରି ପାରିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.