ETV Bharat / sports

'ଧୋନିଙ୍କୁ ଦୁଇ ତିନୋଟି ମ୍ୟାଚରୁ ବ୍ୟାନ କରାଯାଉ'

"ମୋତେ ଲାଗୁଛି ଧୋନିଙ୍କୁ ଦିଆଯାଇଥିବା ଦଣ୍ଡ ବହୁତ କମ । ତେଣୁ ତାଙ୍କୁ ଆଗକୁ ଦୁଇ ତିନୋଟି ମ୍ୟାଚରୁ ବ୍ୟାନ କରାଯାଉ ।"

author img

By

Published : Apr 14, 2019, 9:06 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ରାଜସ୍ଥାନ ବିପକ୍ଷ ମ୍ୟାଚରେ ଧୋନିଙ୍କୁ ନେଇ ଉଠିଥିବା କଣ୍ଟ୍ରୋର୍ଭସି ଥମିବାକୁ ନାଁ ନେଉନି । ଗତକାଲି ଧୋନିଙ୍କୁ ବିଭିନ୍ନ ପୂର୍ବତନ କ୍ରିକେଟରମାନେ ସମାଲୋଚନା କରିବା ପରେ ଆଜି ତାଙ୍କ ଉପରେ ବର୍ଷିଛନ୍ତି ଭାରତର ପୂର୍ବତନ ଓପ୍ନର ବୀରେନ୍ଦ୍ର ସେହ୍ୱାଗ ।

ସେହ୍ୱାଗ ସିଧାସଳଖ ଧୋନିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ମୋତେ ଲାଗୁଛି ଧୋନିଙ୍କୁ ଦିଆଯାଇଥିବା ଦଣ୍ଡ ବହୁତ କମ । ତେଣୁ ତାଙ୍କୁ ଆଗକୁ ଦୁଇ ତିନୋଟି ମ୍ୟାଚରୁ ବ୍ୟାନ କରାଯାଉ । ଯଦି ତାଙ୍କୁ ବ୍ୟାନ କରାଯାଏ, ତେବେ ଆଇପିଏଲରେ ଏମିତି ଉଦାହରଣ ଆଉ ସୃଷ୍ଟି ହେବ ନାହିଁ । "

ମୁଁ ଭାବୁଛି ଧୋନି ଚେନ୍ନାଇ ଟିମ ପ୍ରତି ଅଧିକ ସମ୍ବେଦନଶୀଳ । କିନ୍ତୁ ମୋ ମତରେ ତାଙ୍କୁ ଏଭଳି ଗ୍ରାଉଣ୍ଡ ଭିତରକୁ ଯାଇ ଅମ୍ପାୟାରଙ୍କ ସହ ଯୁକ୍ତି କରିବାର ନଥିଲା, କାରଣ ଟିମର ବାକି ଦୁଇ ଖେଳାଳି ମଇଦାନରେ ଉପସ୍ଥିତ ଥିଲେ ଏବଂ ଅମ୍ପାୟାରଙ୍କ ସହ ନୋ’ ବଲକୁ ନେଇ ଯୁକ୍ତି କରୁଥିଲେ।’

ସୂଚନାଯୋଗ୍ୟ ଯେ, ଚଳିତ ଆଇପିଏଲର ବୁଧବାର ଜୟପୁରରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସିଧା ଗ୍ରାଉଣ୍ଡ ଭିତରକୁ ପଶି ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ । ଏହି କାରଣରୁ ତାଙ୍କ ଉପରେ ୫୦ ପ୍ରତିଶତ ଜୋରିମାନା ଲଗାଯାଇଥିଲା।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.